ଫିଲ୍ଡିଂ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ହେଲା, ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି
ଶ୍ରୀଲଙ୍କା ଏବଂ ବାଲାଂଦେଶ ମଧ୍ୟରେ ମୀରପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଶ୍ରୀଲଙ୍କାର ଖେଳାଳି କୁସଲ ମଣ୍ଡିସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୭ ବର୍ଷୀୟ କ୍ରିକେଟର କୁସଲ ମଇଦାନ ଛାଡି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଲଞ୍ଚର କିଛି ସମୟ ପୂର୍ବରୁ ୨୩ ଓଭରରେ ଖେଳାଳି ସ୍ଲିପରେ ଫିଲ୍ଡିଂ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲ। । ହସପିଟାଲରେ ଡାକ୍ତର କହିବାନୁସାରେ, କେବଳ ମାସଂପେଶୀରେ ଦରଜ ରହିଛି।
ବାଲାଂଦେଶର ଶେର-ଏ- ବାଲାଂ ନ୍ୟାସନାଲ ଷ୍ଟାଡିଅମରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ବାଲାଂଦେଶ । ବାଲାଂଦେଶ ଦ୍ୱିତୀୟ ଟେଷ୍ଟରେ ଦୁଇଟି ପରିବର୍ତ୍ତନ କରିଥିଲା।
ସେପଟେ କାସୁନ ରଜିତାଙ୍କ ଧୂଆଁଦାର ବୋଲିଂରେ ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଲଞ୍ଚ ପର୍ଯ୍ୟନ୍ତ ବାଲାଂଦେଶର ୫ ଓ୍ଵିକେଟ ନେଇଥିଲା। ପ୍ରଥମ ମ୍ୟାଚରେ ସବଷ୍ଟିଚ୍ୟୁଟ୍ ଖେଳାଳି ଭାବେ ରଜିତା ୧୫ ରନ ଦେଇ ୩ଟି ଓ୍ଵିକେଟ ଏବଂ ଅସିଥା ୨୬ ରନ୍ ଦେଇ ଦୁଇଟି ଓ୍ଵିକେଟ ନେଇଥିଲେ।