ଖାଦ୍ୟ ଖୋଜି ଢେଙ୍କାନାଳରୁ ଯାଜପୁରରେ ପହଞ୍ଚିଲା ଭାଲୁ; ଲୋକେ ଆତଙ୍କିତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସିହା ପଞ୍ଚାୟତ ଗୋଡିମାଗୁରା ଅଞ୍ଚଳରେ ଭାଲୁ ଆତଙ୍କ। ସୂଚନା ମୁତାବକ, ଢେଙ୍କନାଳ ଜିଲ୍ଲା ନିଶ୍ଚନ୍ତା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଏକ ଭାଲୁ ବଡଚଣା ବ୍ଳକ ଅନ୍ତର୍ଗତ ସିହା ପଞ୍ଚାୟତ ଗୋଡ଼ିମାଗୁରା ଅଞ୍ଚଳକୁ ପଶି ଆସିଛି। ଖବର ପାଇ ଚଣ୍ଡିଖୋଲ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଗୋଡ଼ିମାଗୁରା ଅଞ୍ଚଳରେ ପହଞ୍ଚି ଘେରି ଭାଲୁକୁ ଢେଙ୍କାନାଳ ଜଙ୍ଗଲକୁ ଘଉଡାଇ ଦେବାପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି।

ଅନ୍ୟପକ୍ଷରେ ଜଙ୍ଗଲ ନିକଟସ୍ଥ ଗ୍ରାମର ଗ୍ରାମବାସୀଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେବା ସହ ଭାଲୁ ଆକ୍ରମଣରେ କେହି ଯେପରି ଶୀକାର ନହେବେ ସେଥିପାଇଁ ମାଇକ ପ୍ରଚାର କରି ଲୋକମାନଙ୍କୁ ସଚେତନ କରାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.