ପେଥାଇ ପାଇଁ ଚିନ୍ତାରେ ଚାଷୀକୁଳ, ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ବର (କେନ୍ୟୁଜ୍) : ସମ୍ଭାବ୍ୟ ପେଥାଇ ବାତ୍ୟା ପାଇଁ ଚିନ୍ତାରେ ଚାଷୀକୂଳ । ଦକ୍ଷିଣ ଓ଼ଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଅନେକ ସ୍ଥାନରେ ଧାନ କଟା ସରିନି । ବର୍ଷା ଆଶଙ୍କାରେ ତରବରିଆ ଭାବେ ଫସଲ କାଟି ଖଳାକୁ ଧାନ ନେଇ ଆସୁଛନ୍ତି । ସେହିପରି ଖଳାରେ ଥିବା ଧାନର ସୁରକ୍ଷା ନେଇ ଚିନ୍ତା ବଢିଯାଇଛି । ଧାନ ଅମଳ ସମୟ ହୋଇଥିବାରୁ ବର୍ଷାରୁ ଧାନରୁ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମାଇକ୍ ଯୋଗେ ଚାଷୀଙ୍କୁ ଫସଲ ସୁରକ୍ଷିତ ରଖିବାକୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡ଼ା, ଗଜପତି, ଗଂଜାମରେ ଚାଷୀମାନେ ଆତଙ୍କିତ । ତିତଲି ଦାଉରୁ ଅଣ୍ଟା ସଳଖି ନଥିବା ବେଳେ ପେଥାଇ ନେଇ ଭୟ ଖେଳିଯାଇଛି । କୋହଲା ପାଗ ଓ ବର୍ଷା ପ୍ରଭାବରେ କପା ଚାଷ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.