ରାଜନୀତିରେ ପାଦ ଦେବେ ଐଶ୍ୱର୍ଯ୍ୟା ! ମୋଦିଙ୍କ ବିରୋଧରେ କରିବେ ଗୋଟି ଚାଳନା

aishwarya raiପାଟଣା : ରାଜନୀତିରେ ପାଦ ଦେବେ ଐଶ୍ୱର୍ଯ୍ୟା । ଲଢିବେ ନିର୍ବାଚନ । ମୋଦିଙ୍କ ବିରୋଧରେ କରିବେ ସ୍ବର ଉତ୍ତୋଳନ । ତେବେ ବିଗ୍ ବିଙ୍କ ବୋହୂ ଐଶ୍ବର୍ଯ୍ଯା ରାୟ ବଚ୍ଚନ ନୁହଁନ୍ତି ଆରଜେଡି ନେତା ଲାଲ ଯାଦବଙ୍କ ବୋହୂ ରାଜନୀତିର ପଶାପାଲିରେ କରିବେ ଗୋଟି ଚାଳନା । ଆରଜେଡିର ୨୧ ତମ ପ୍ରତିଷ୍ଠା ଦିବସରେ ଲଗାଯାଇଥିବା ପୋଷ୍ଟର ପରେ ଏହି ଚର୍ଚ୍ଚା ଜୋର୍ ଧରିଛି । ପ୍ରତିଷ୍ଠା ଦିବସ ଅବସରରେ ପାଟଣାରେ ଆରଜେଡିର ପୋଷ୍ଟରରେ ତେଜ ପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ଫଟୋ ନଜର ଆସିଛି ।

Aishwarya Raiଐଶ୍ୱର୍ଯ୍ୟାଙ୍କ ଫଟୋକୁ ରାବଡି ଦେବୀ ଏବଂ ମିସା ଭାରତୀଙ୍କ ଫଟୋର ମଝିରେ ରଖାଯାଇଛି । ଯେଉଁଥିରୁ ସଙ୍କେତ ମିଳୁଛି ଯେ, ଯାଦବ ପରିବାରର ନବବଧୂ ଖୁବ୍ ଶୀଘ୍ର ହିଁ ରାଜନୀତିରେ ପାଦଦେଇପାରନ୍ତି । ଯଦିଓ ଏସଂପର୍କରେ ଲାଲୁଙ୍କ ପରିବାରରୁ ସେଭଳି କୌଣସି ପ୍ରତିକ୍ରିୟା ଆସିନାହିଁ ତେବେ ଶୁଣିବାକୁ ମିଳୁଛି କି ଲାଲୁଙ୍କ ବଡ ପୁଅ ତଥା ତେଜପ୍ରଦତାପଙ୍କ ପତ୍ନୀ ତଥା ଐଶ୍ୱର୍ଯ୍ୟା ରାଜନୀତିରେ ସାମିଲ ହୋଇପାରନ୍ତି ।

କିଛିଦିନ ତଳେ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ଧୂମଧାମରେ ସଂପନ୍ନ ହୋଇଛି ।  ତେଜପ୍ରତାପଙ୍କୁ ବିବାହ କରିଥିବା ଐଶ୍ୱର୍ଯ୍ୟା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦରୋଗା ରାୟଙ୍କ ନାତୁଣୀ ତଥା ଆରଜେଡି ବିଧାୟକ ଥିବା ଚନ୍ଦ୍ରିକା ରାୟଙ୍କ ଝିଅ । ଯଦିଓ ଐଶ୍ୱର୍ଯ୍ୟା ସିଧାସଳଖ ଆଜି ଯାଏ ରାଜନୀତି କରିନାହାଁନ୍ତି କିନ୍ତୁ ବିହାର ରାଜନୀତି ସହ ତାଙ୍କର ଗଭୀର ସଂପର୍କ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.