ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନାଥପୁର ପଞ୍ଚାୟତ ବଛଦା ପାଡ଼ି ସାହିରେ ଆଜି ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ କିଛି ଗାଁଲୋକ ମାଛ ଧରିବାକୁ ଯାଉଥିବାବେଳେ ସୁକାନ୍ତ ମଲ୍ଲିକ ବାଡ଼ିରେ ଥିବା ଏକ ଆକାଶୀ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏ ସମ୍ପର୍କରେ ସୁକାନ୍ତଙ୍କୁ ଜଣାଇବା ସହିତ ବାସୁଦେବପୁର ପୋଲିସ କୁ ଖବର ଦେଇଥିଲେ । ଚାହୁଁ ଚାହୁଁ ଘଟଣା ସ୍ଥଳରେ ଲୋକଙ୍କର ଭିଡ଼ ଲାଗିଥିଲା ।

କେହି ତାଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ନୂଆଗାଁ ପଂଚାୟତ ଉହାଡ଼ ଗ୍ରାମର ନାରାୟଣ ନାୟକଙ୍କ ପୁଅ ରତିକାନ୍ତ ନାୟକ ବୋଲି ଜଣା ପଡିଛି। ହେଲେ ସେ କଣ ପାଇଁ ଉହାଡ଼ରୁ ଯାଇ ବଛଦା ଗ୍ରାମରେ ଦୌଡ଼ି ଦେଲା ବୋଲି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.