କେନାଲ ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଉଦଳା (କେନ୍ୟୁଜ): କେନାଲ ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । ଉଦଳା ଥାନା ଚୁଳିଆପୋଷି କେନାଲ ରାସ୍ତାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଥାନାକୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ଘର କପ୍ତିପଦା ଥାନା ମହିଷାସୁରୀ ଅଂଚଳରେ ହୋଇଥିବା ବେଳେ ତାଙ୍କ ନାମ ଏବେ ବି ସୁଦ୍ଧା ଜଣାପଡିନାହିଁ ।

ମୃତ ଯୁବକ ଜଣକ ଗୋରୁ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କ ନିକଟରୁ ପୋଲିସ୍ ଜାଣିବାକୁ ପାଇଛି । ହେଲେ ଯୁବକ ଜଣକଙ୍କର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ତେବେ ଯୁବକ ଜଣକ ଏହି କେନାଲ ରାସ୍ତାକୁ କାହିଁକି ଏବଂ କିପରି ଆସିଲେ ତାହାର ଖୋଳତାଡ କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.