ମା’ର ଇଚ୍ଛା ପୂରଣ କରିବା ପାଇଁ ମାମୁଁଘର ଯାଇ ନଣ୍ଡା ହୋଇଯାଇଥିଲେ ସୁଶାନ୍ତ
୨୦୨୦ , ଜୁନ ୧୪ ତାରିଖରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତ ସବୁଦିନ ପାଇଁ ଚାଲିଯାଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଥିଲା। ସୁଶାନ୍ତ ଆଜିର ଦିନରେ ଆତ୍ମହତ୍ୟା କରିଥିଲେ। ଖାସ୍ ଏଥିପାଇଁ ଆଜିର ଦିନକୁ ଭୁଲିପାରୁନାହାନ୍ତି ଫ୍ୟାନ୍ସ।
ଫିଲ୍ମ ‘କାଇ ପୋ ଛେ’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ସୁଶାନ୍ତଙ୍କ ମାମଁଘର ବିହାରର ଖଗାଡିଆ ଜିଲ୍ଲାରେ ରହିଛି। ଏଠାକୁ ପହଞ୍ଚିବା ପାଇଁ କୌଣସି ଯାତାୟତ ସୁବିଧା ନଥିଲା। ଡଙ୍ଗାରେ ଯାଇ ଏଠାରେ ପହଞ୍ଚିବା ଏକମାତ୍ର ବିକଳ୍ପ ରହିଥିଲା। ଏଠିକାର ବାସିନ୍ଦା ଡଙ୍ଗାରେ ବସି ବାଗମତି ନଦୀ ପାରି ହୋଇ ଏହି ସ୍ଥାନକୁ ଯାଆନ୍ତି। ଏମିତିରେ ଶେଷଥର ପାଇଁ ଡଙ୍ଗାରେ ବସି ମାମୁଁଘରକୁ ଯାଇଥିଲେ।
ସୁଶାନ୍ତ ଜି ଟିଭିରେ ପ୍ରସାରିତ ସିରିଅଲ ପବିତ୍ର ରିସ୍ତାରେ ମାନବ ଭୂମିକାରେ ନଜର ଆସି ଘରେ ଘରେ ପରିଚିତ ଲାଭ କରିଥିଲେ। ସୁଶାନ୍ତ ୨୦୧୯ ମଇରେ ମା’ଙ୍କ ଇଚ୍ଛା ପୂରଣ କରିବା ପାଇଁ ମାମୁଁଘରକୁ ଯାଇ ନଣ୍ଡା ହୋଥିଲେ। ଏହି ସମୟରେ ଡଙଗାରେ ବସି ଗାଁକୁ ଯାଇଥିଲେ।
View this post on Instagram
ସୂଚନାଯୋଗ୍ୟ ଯେ ଜୁନ୍ ୧୪ ତାରିଖ ଦିନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ବଲିଉଡ ଇଣ୍ଡଷ୍ଟ୍ରୀ ଉପରେ ଲୋକମାନେ ବିଭିନ୍ନ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି।
View this post on Instagram
ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ସୋସିଆଲ ମିଡିଆରେ ଫ୍ୟାନ୍ମାନେ ତାଙ୍କର ପୁରୁଣା ଫଟୋ ଓ ଭିଡିଓ ସେୟାର କରିଥିଲେ। ସେଭଳି ଏକ ଭିଡିଓରେ ସୁଶାନ୍ତ ଏକ ଇଣ୍ଟରଭ୍ୟୁରେ କହୁଛନ୍ତି, ଯେ ସେ ମରିବାକୁ ଭୟ କରନ୍ତି। ଇଣ୍ଟରଭ୍ୟୁରେ ତାଙ୍କୁ ପ୍ରଶ୍ନ କରାଯାଇଛି ଜୀବନରେ କେଉଁ ଜିନିଷକୁ ସେ ଭୟ କରିଥାନ୍ତି। ଏହାର ଉତ୍ତରରେ ସୁଶାନ୍ତ କହିଥିଲେ ଯେ ବୋଧେ ମୃତ୍ୟୁ। ସେ କହିଥିଲେ ଯଦି ମୁଁ ୩ ଘଣ୍ଟା ବି ଶୋଇଯାଏ ତେବେ ଜାଣେ ପାରେନି ଯେ ମୁଁ କିଏ? ନିଜକୁ ଜାଣି ନପାରିବା ଏକ ଭୟଙ୍କର ଅନୁଭବ। ଏମିତି ବୋଧେ ସେତେବେଳେ ହୁଏ ଯେତେବେଳେ ଆପଣ ମରିଯାଆନ୍ତି ବୋଲି ସୁଶାନ୍ତ କହିଥିଲେ।