‘ଆଦିପୁରୁଷ’ ନିର୍ମାତାଙ୍କୁ ବଡ଼ ଝଟ୍କା: ରାତାରାତି ଫିସ୍ ବଢ଼ାଇଲେ ପ୍ରଭାସ, ମାଗିଲେ ୧୨୦ କୋଟି
ସାଉଥ୍ ସୁପରଷ୍ଟାର ପ୍ରଭାସ ଏବେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଯେତେବେଳେ ସେ କ୍ୟାମେରା ସାମ୍ନାକୁ ଆସିଲେ, ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ନିଜ ଆଗାମୀ ଫିଲ୍ମ ପାଇଁ ଓଜନ ବଢ଼ାଇ ଦେଇଛନ୍ତି ପ୍ରଭାସ। ଏବେ ସେ ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ ଯୋଗୁ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଇତି ମଧ୍ୟରେ ପ୍ରଭାସ ନିଜ ଆଦିପୁରୁଷ ଟିମ୍ର ଚିନ୍ତା ବଢ଼ାଇ ଦେଇଛନ୍ତି।
ରିପୋର୍ଟ ମୁତାବକ,ଆଦି ପୁରୁଷ ପାଇଁ ପ୍ରଭାସ ନିଜ ଫିସ୍ ବଢ଼ାଇ ଦେଇଛନ୍ତି। ଏହି ଫିଲ୍ମରେ ଅଭିନୟ କରିବାକୁ ଅଧିକ ଡିମାଣ୍ଡ କରିଛନ୍ତି ପ୍ରଭାସ। ଏହି କାରଣରୁ ଫିଲ୍ମର ବଜେଟ୍ ୨୫ ପ୍ରତିଶତ ବଢ଼ିଯାଇଛି। ପ୍ରକାଶ ଯେ ପ୍ରଭାସଙ୍କ ଗତ ଫିଲ୍ମ ରାଧେଶ୍ୟାମ ବକ୍ସ ଅଫିସରେ ଫ୍ଲପ୍ ହୋଇଥିବା ବେଳେ ଏବେ ସେ ନିଜ ଫିସ୍ ବୃଦ୍ଧି କରିଛନ୍ତି।
Prabhas has allegedly hiked his fees for his upcoming film Adipurush. The film also stars Kriti Sanon and Saif Ali Khan.https://t.co/fXrqhRVpRV
— News18.com (@news18dotcom) June 22, 2022
କୁହାଯାଉଛି, ଅଭିନେତାପ୍ରଭାସ ଆଦି ପୁରୁଷର ନିର୍ମାତାଙ୍କୁ ପାଖାପାଖି ୨୦ କୋଟି ଟଙ୍କା ବୃଦ୍ଧି କରିବାକୁ କହିଛନ୍ତି। ପ୍ରଥମରୁ ତାଙ୍କ ଫିସ୍ ୯୦-୧୦୦ କୋଟି ଟଙ୍କା ଥିଲା। ଏବେ ସେ ଏହାକୁ ବଢ଼ାଇ ଦେଇଛନ୍ତି। ଫଳରେ ନିର୍ମାତାଙ୍କ ଉପରେ ପ୍ରେସର ପଡ଼ିଛି। ନିର୍ମାତା ଏବେ ପ୍ରଭାସଙ୍କୁ ୧୨୦ କୋଟି ଟଙ୍କା ଦେବେ ବୋଲି ଡିମାଣ୍ଡ କରିଛନ୍ତି ପ୍ରଭାସ। ପ୍ରଭାସଙ୍କର ଏହି ଡିମାଣ୍ଡ ପରେ ଫିଲ୍ମର ବଜେଟ୍ ୨୫ ପ୍ରତିଶତ ବଢ଼ିଯାଇଛି। ଫଳରେ ଆଦିପୁରୁଷ ଟିମ୍ ଏବେ ଟେନ୍ସନ୍ରେ।
ସୂଚନାଯୋଗ୍ୟ ଯେ ଆଗକୁ ପ୍ରଭାସ ସୈଫ୍ ଅଲ୍ଲୀ ଖାନ୍ ଓ କୃତି ସାନନ୍ଙ୍କ ସହ ଆଦି ପୁରୁଷ, ଦୀପିକା ପାଦୁକୋନ୍ ଓ ଅମିତାଭ ବଚ୍ଚନଙ୍କ ସହ ଏକ ସାଇନ୍ସ ଫିକ୍ସନ୍ ଫିଲ୍ମରେ ନଜର ଆସିବେ। ଲୋକେ ପ୍ରଭାସଙ୍କ ଆଦି ପୁରୁଷକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
As per reports, despite#RadheShyam debacle,
South star #Prabhas demands
a whopping Rs 120 crore as
fees from makers of #Adipurush pic.twitter.com/nxB25ucHDd— SHIV DUTTA 🌠 (@imshiva17) June 23, 2022