ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପଛରେ ‘ର‍୍ୟାଗିଂ’, ୩ ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରୁଚିକାଙ୍କ ବାପାଙ୍କ ଦାବି

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜ ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ର‍୍ୟାଗିଂ। ରୁଚିକାଙ୍କ ଝୁଲନ୍ତା ମୃତଦେହ ମିଳିବା ସହ ସୁଇସାଇଡ୍‌ ନୋଟ୍‌ ଜବତ ହେବା ପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ପରିବାରଲୋକେ ଧାରଣାରେ ବସିଥିଲେ। ସେପଟେ ରୁଚିକାଙ୍କ ଆତ୍ମହତ୍ୟା ଲାଗି ସୁଇସାଇଡ୍‌ରେ ଉଲ୍ଲେଖ ରହିଥିବା ୩ ଛାତ୍ରୀଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରୁଚିକାଙ୍କ ବାପା ଦାବି କରିଛନ୍ତି।

ଏଥିସହିତ ହଷ୍ଟେଲ ୱାର୍ଡେନ୍‌ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ସଂପୃକ୍ତି ରହିଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାର ତୁରନ୍ତ ତଦନ୍ତ ସହ ଶିକ୍ଷାନୁଷ୍ଠାନ ଗୁଡିକରେ ଆଣ୍ଟି ରାଗିଂ ସେଲ୍‌ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଅଭିଭାବକ ମହାସଂଘ ପକ୍ଷରୁ ଦାବି କରାଯାଇଛି। ହଷ୍ଟେଲରେ ରହୁଥିବା ସମସ୍ତ ପିଲାଙ୍କୁ ପଚରାଉଚରା କରୁଛି । ପୋଲିସ ସୁଇସାଇଡ୍‌ ନୋଟ୍‌ ଜବତ କରି ହ୍ୟାଣ୍ଡ୍ରାଇଟିଂ ବ୍ୟୁରୋକୁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.