ପ୍ରତିଦିନ ଖାଆନ୍ତୁ ପଦ୍ମନାଡ, ବ୍ଲଡ ସୁଗାର ଠାରୁ ଆରମ୍ଭ କରି କୋଲେଷ୍ଟ୍ରଲ ସମସ୍ୟା ହେବ ଦୂର

ପଦ୍ମ ଫୁଲ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ପାଖରେ ଲାଗିଥାଏ, ତାହା ଆପଣମାନେ ନିଶ୍ଚିତ ଜାଣିଥିବେ । କେବେ ଏତିକି ନୁହେଁ, ଶିବଙ୍କ ରୁଦ୍ରାଭିଷେକ କରିବା ସମୟରେ ମଧ୍ୟ ପଦ୍ମ ଫୁଲ ଲାଗିଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପଦ୍ମ ଫୁଲର ନାଡରୁ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଏହା ଅନେକ ଆବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ। ପ୍ରତିଦିନ ପଦ୍ମ ଫୁଲ ନାଡ ଖାଇବା ଦ୍ୱାରା ଶରୀରକୁ କ’ଣ ଫାଇଦା ହୋଇଥାଏ..

ପଦ୍ମ ଫୁଲ ନାଡକୁ ଖାଇବା ଦ୍ୱାରା ପାଚନ ଶକ୍ତି ମଜବୁତ ହୋଇଥାଏ। ଗ୍ୟାସ, କୋଷ୍ଠକାଠିନ୍ୟ, ପାଚନ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଆପଣଙ୍କୁ ମଧୁମେହ ଥିଲେ ପଦ୍ମ ନାଡ ସେବନ କରିପାରିବେ। ଯାହାଦ୍ୱାରା ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ।

ଶରୀରକୁ ଡିଟକ୍ସିଫାଏଡ କରିବା ପାଇଁ ପଦ୍ମଫୁଲ ନାଡ ଆପଣଙ୍କର ସହାୟତା କରିଥାଏ।

high cholesterol

ପଦ୍ମ ଫୁଲ ନାଡ ଖାଇବା ଦ୍ୱାରା ମୁଣ୍ଡବ୍ୟଥା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ମାନସିକ ଚିନ୍ତା କମ୍‌ କରିଥାଏ ପଦ୍ମଫୁଲ ନାଡ।

ପଦ୍ମ ଫୁଲ ନାଡ ଖାଇଲେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ।

ଆଲର୍ଜିକୁ ନେଇ ଚିନ୍ତିତ ଥିଲେ ପଦ୍ମଫୁଲ ନାଡ ଖାଇପାରିବେ। ଏହା ସ୍କିନରେ ହେଉଥିବା କୁଣ୍ଡାଇହେବା, ତ୍ୱଚା ନାଲିପଡିବା ଭଳି ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.