ଅର୍ଥତତ୍ତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ହାଇକୋର୍ଟ ଦେଲେ ସର୍ତ୍ତମୂଳକ ଜାମିନ

କଟକ(କେନ୍ୟୁଜ୍):ଅର୍ଥତତ୍ତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଓଡିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ପ୍ରଦୀପଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଜାମିନରେ ଯିବା ପରେ ନିମ୍ନ ଅଦାଲତରେ ମାମଲା ଶୁଣାଣି ସମୟରେ ପ୍ରତ୍ୟେକ ତାରିଖରେ ପ୍ରଦୀପ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି।୨୦୧୩ ମେ୧୦ରେ ଜଗତସିଂହପୁର ଥାନାରେ ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ଓ ଅନ୍ୟମାନଙ୍କ ନାଁରେ ୨୫ କୋଟି ଟଙ୍କାରୁ ଅଧିକ ଠକେଇ ନେଇ ଏତଲା ରୁଜୁ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.