ଭାରତରେ ପ୍ରଥମ ! ମଣିଷକୁ ସାଥିରେ ଧରି ଉଡିବ ଡ୍ରୋନ୍‌

ଭାରତୀୟ ରକ୍ଷା ଷ୍ଟାର୍ଟଅପ ସାଗର ଡିଫେନ୍ସ ଦେଶର ପ୍ରଥମ ଡ୍ରୋନ୍‌ ପ୍ରସ୍ତୁତ କରି ଦେଇଛନ୍ତି । ଏହି ଡ୍ରୋନ୍‌ର ଖସିୟିତ ଏହାକି ଏହା ମଣିଷକୁ ନେଇ ମଧ୍ୟ ଉଡ଼ିପାରିବ । କୌଣସି ମଣିଷ ଏଥିରେ ବସିବା ମାତ୍ରେ ଏହା ଆପେ ଆପେ ଉଡିବାକୁ ଲାଗିବ । ଏହା ବ୍ୟତୀତ ଆଉ କିଛି କରିବାକୁ ପଡିବ ନାହିଁ । ମଣିଷକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେବା ଆଣିବା କରିବାରେ ଏହି ଡ୍ରୋନ୍‌ ସାହାଯ୍ୟ କରିବ । ରିମୋଟ ସାହାଯ୍ୟରେ ଏହାକୁ ଅପରେଟ କରିହେବ ।

ସାଗର ଡିଫେନ୍ସର ସଂସ୍ଥାପକ ତଥା ସିଇଓ ନିକୁଞ୍ଜ ପରାଶରଙ୍କ କହିବା ଅନୁଯାୟୀ ଆମେ ନିଜ ପ୍ରସ୍ତୁତ ଡ୍ରୋନ୍‌କୁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପ୍ରଦର୍ଶନ କରିଛୁ । ଏହା ହେଉଛି ଦେଶର ପ୍ରଥମ ଇଲେକ୍ଟ୍ରୋନିକ ହ୍ୟୁମାନ କ୍ୟାରିଙ୍ଗ ପ୍ଲାଟ୍ଫର୍ମ । ଏହା ଭୂମି ଠାରୁ ଦୁଇ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରେ । ନିକୁଞ୍ଜଙ୍କ କହିବା ଅନୁଯାୟୀ ଏହି ଡ୍ରୋନ୍‌ଟିକୁ ସ୍ୱତନ୍ତ୍ର ଭାବେ ଭାରତୀୟ ନୌସେନା ପାଇଁ ପ୍ରସ୍ତୁତ କରାଯାଇଛି । ଯାହାଦ୍ୱାରା ପରିବହନ କାର୍ଯ୍ୟ ଖୁବ ସହଜରେ ଓ ସୁବିଧାରେ ହୋଇପାରିବ । ଏହି ଡ୍ରୋନ୍‌ଟିର ନାଁ ବରୁଣ ରଖାଯାଇଛି । ଏଥିରେ ଚାରୋଟି ଅଟୋପାଇଲଟ ମୋଡ ରଖାଯାଇଛି । ଯାହାକି ଏହାକୁ ଲଗାତାର ଭାବେ ଉଡିବାକୁ ସକ୍ଷମ କରିଥାଏ । ଯଦି ବି ଏହାର କିଛି ରୋଟର ଖରାପ ହୋଇଯାଏ ତେବେ ବି ଏହା ସହଜରେ ଉଡ଼ିପାରିବ । ଭୂମି ଉପରେ ଏହାକୁ ଥରେ ଉଡ଼ାଯାଇଛି । ଆସନ୍ତା ତିନି ମାସ ଭିତରେ ଏହାକୁ ସାମୁଦ୍ରିକ ଟ୍ରାଏଲ କରିବା ନେଇ ସ୍ଥିର କରିଛୁ ।

ଆଉ ମଧ୍ୟ ଏହି ଡ୍ରୋନ୍‌ ସାହାଯ୍ୟରେ ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ଜିନିଷ ସ୍ଥାନାନ୍ତରଣ ମଧ୍ୟ କରିହେବ । ଆଉ ଜରୁରୀ ସ୍ଥିତିରେ ଜଣେ ରୋଗୀଙ୍କୁ ବି ହସ୍ପିଟାଲ ନିଆଯାଇପାରିବ । ଏହାର ରେଞ୍ଜ ହେଉଛି ୨୫ କିମି । ଏହା ୧୩୦ କିଲୋଗ୍ରାମ ପର୍ଯ୍ୟନ୍ତ ପେଲୋଡ଼ ଉଠାଇ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇପାରେ । ଏହାର ଉଡାଣର ସମୟ ସୀମା ୨୫ ମିନିଟରୁ ୩୩
ମିନିଟ ରହିଛି । ସାଗର ଡିଫେନ୍ସକୁ ଏହି ପ୍ରୋଜେକ୍ଟ ନୌସେନା ତରଫରୁ ମିଳିଛି । କମ୍ପାନୀକୁ କୁଆଯାଇଥିଲାକି ଆପଣ ଏହି ପ୍ରୋଜେକ୍ଟକୁ ଦେଢ଼ ବର୍ଷରେ ପୁରା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.