ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ନଦୀ-ନାଳ ପାର ହୋଇ ଖଟିଆରେ ୫କି.ମି. ବୁହାହେଲେ ରୋଗୀ

ରେଢ଼ାଖୋଲ/ ସମ୍ବଲପୁର (କେନ୍ୟୁଜ): ନାଳ ପାଇଁ ଗଲା ଜଣେ ରୋଗୀଙ୍କ ଜୀବନ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଡ଼ବିଲ ଗାଁ କୁ ସବୁଦିନିଆ ରାସ୍ତା ଓ ନାଳ ଉପରେ ପୋଲ ନଥିବାରୁ ଜଣେ ଗୁରୁତର ରୋଗୀକୁ ୧୦୮ ଆମ୍ବୁଲାନ୍ସ ଯାଇନପାରି ଧାତୁକିମାଳ ଗାଁ ମୁଣ୍ଡରେ ଅଟକି ରହିଥିଲା। ବଡ଼ବିଲ ଗାଁରୁ ଧାତୁକିମାଳ ୫କି.ମି ପଯ୍ୟନ୍ତ ରୋଗିକୁ ଖଟରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ପରେ ରୋଗୀକୁ ରେଢ଼ାଖୋଲ ମେଡିକାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବଡ଼ବିଲ ଗାଁ ର ବିରଞ୍ଚି ଦେହୁରୀ ଉଚ୍ଚ ରକ୍ତଚାପ ରୋଗରେ ପିଡୀତ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ଚାଷ କରିବା ପାଇଁ ଜମିକୁ ଯାଇଥିଲେ। ହଠାତ୍ ଜମିରେ‌ ପଢିଯାଇଥିଲେ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଡ଼କାଇଥିଲେ ଗାଁକୁ ଆସି ବାକୁ ହେଲେ ପ୍ରଥମେ ଚମ୍ପାଳି ନାଳ ପରେ ବୁକାଖାଇ ନାଳ ଦୁଇଟି ନାଳ ପଡ଼ିଥାଏ । ରାସ୍ତା ମଧ୍ୟ ଭଲ ନାହିଁ ଏଣୁ ଆମ୍ବୁଲାନ୍ସ ଗାଡ଼ିଟି ଆସି ୫କି.ମି ଦୂର ଧାତୁକିମାଳ ଚମ୍ଫାଳି ନାଳ ଖଣ୍ଡିରେ ଆସି ରହିଲା। ପରିବାର ଓ ଗାଁ ଲୋକେ ଲୋକେ ପ୍ରାୟ ଦୁଇ ଘଣ୍ଟା ପଯ୍ୟନ୍ତ ଏକ ଖଟରେ ବିରଞ୍ଚି ଦେହୁରୀକୁ ନାଳ ନର୍ଦ୍ଦମା ପାଣି ରେ ବୋହି ଆଣିଥିଲେ। ଏତେ ଘଟଣା ପରେ ବି ପ୍ରଶାସନର ଚିନ୍ତା ନାହିଁ। ରାସ୍ତା ଭଲ ଥିଲେ ଜୀବନ ବଞ୍ଚ ଯାଇଥାନ୍ତା ବୋଲି ପରିବାର ଅଭିଯୋଗ କରିଛନ୍ତି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.