ମଲାଇକା ଅରୋରାଙ୍କଠୁ ଦୂରେଇ ଗଲେ ଅର୍ଜୁନ କପୁର! ୪ କୋଟି କ୍ଷତିରେ ବିକି ଦେଲେ ବିଳାସପୂର୍ଣ୍ଣ ଘର
ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ‘ଏକ ଭିଲେନ୍ ୨’ର ପ୍ରମୋସନରେ ବ୍ୟସ୍ତ ଅର୍ଜୁନ କପୁର ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ନିଜ ସମ୍ପର୍କକୁ ନେଇ ଲାଇମ୍ଲାଇଟରେ ରହିଛନ୍ତି। ଏହାରି ଭିତରେ ଅର୍ଜୁନ ନିଜର ଏକ ବିଳାସମୟ ଘର ବିକିବାକୁ ନେଇ ‘ଟକ୍ ଅଫ୍ ଦ ଟାଉନ୍’ ବନି ଯାଇଛନ୍ତି।
ବାସ୍ତବରେ, ଅର୍ଜୁନ କପୁର ନିକଟରେ ବାନ୍ଦ୍ରା େଓ୍ଵଷ୍ଟ୍ରେ ’81 Aurat Building’ରେ ଥିବା ନିଜର ଏକ ଫ୍ଲାଟ୍କୁ ୧୬ କୋଟି ଟଙ୍କାରେ ବିକି ଦେଇଛନ୍ତି। ଅଭିନେତାଙ୍କ ଏହି ଘର ମଲାଇକା ଅରୋରାଙ୍କ ଘର ପାଖରେ ହିଁ ଥିଲା।
ଭଉଣୀ ଅଂଶୁଲା ସାଇନ୍ କଲେ ପେପର
୪,୩୬୪ ବର୍ଗ ଫୁଟର ଏହି ଫ୍ଲାଟ୍ କେସି ମାର୍ଗସ୍ଥିତ ବିଲ୍ଡିଂର ୧୯ତମ ମହଲାରେ ରହିଛି। ଯଦିଓ ଅଭିନେତା ନିଜ ଫ୍ଲାଟ୍ ବିକିବା ପଛର କାରଣ ବିଷୟରେ ଖୁଲାସା କରି ନାହାନ୍ତି। ଏକ ମିଡିଆ ରିପୋର୍ଟ ମୁତାବକ, ଅର୍ଜୁନଙ୍କ ଏହି ଫ୍ଲାଟ୍ ୪,୩୬୪ ବର୍ଗ ଫୁଟ୍ରେ ରହିଛି, ଯାହାକୁ ସେ ୪ କୋଟି ଟଙ୍କା କ୍ଷତିରେ ବିକ୍ରି କରିଛନ୍ତି। ଫ୍ଲାଟ୍ର ପଞ୍ଜୀକରଣ ଗତ ମେ’ ୧୯ରେ ହୋଇଥିଲା। ଏହି ଡକ୍ୟୁମେଣ୍ଟଗୁଡ଼ିକୁ ଅର୍ଜୁନଙ୍କ ଭଉଣୀ ଅଂଶୁଲା କପୁର ସାଇନ୍ କରିଛନ୍ତି।
ଅର୍ଜୁନଙ୍କ ଏହି ଘର ସି-ଫେସିଂ ଥିଲା, ଯେଉଁଠାରୁ ଓ୍ଵର୍ଲି ସି-ଲିଙ୍କ୍ର ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ଫ୍ଲାଟ୍ରେ ସ୍ପା, ଲାଇବ୍ରେରୀ, ପୁଲ୍ ଭଳି ଅନେକ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ରହିଛି। ବର୍ତ୍ତମାନ ଅର୍ଜୁନ ଜୁହୁସ୍ଥିତ ଘରେ ରହୁଛନ୍ତି। ସେପଟେ ତାଙ୍କ ଲେଡି ଲଭ୍ ମଲାଇକା ’81 Aurat Building’ରେ ରହୁଛନ୍ତି। ମଲାଇକାଙ୍କ ବ୍ୟତୀତ ଏହି ବିଲ୍ଡିଂରେ ସୋନାକ୍ଷୀ ସିହ୍ନା, କରଣ କୁନ୍ଦ୍ରା ଓ କ୍ରିକେଟର ପୃଥ୍ଵୀ ଶ’ ମଧ୍ୟ ରହୁଛନ୍ତି।
ଏକ େଓ୍ଵବ୍ସାଇଟ ମୁତାବକ, ଅର୍ଜୁନ କପୁରଙ୍କ ନେଟ୍ ଓ୍ଵର୍ଥ ପାଖାପାଖି ୭୪ କୋଟି ଟଙ୍କା ରହିଛି। ସେ ଗୋଟିଏ ଫିଲ୍ମ ପାଇଁ ୫ରୁ ୭ କୋଟି ଟଙ୍କା ଚାର୍ଜ କରି ଥାଆନ୍ତି। ଏହା ବ୍ୟତୀତ ତାଙ୍କର ବ୍ରାଣ୍ଡସ୍ ବିଜ୍ଞାପନରୁ ବି ଭଲ ଆୟ ହୋଇଥାଏ।
ଓ୍ଵାର୍କ ଫ୍ରଣ୍ଟ ଦେଖିଲେ, ଅର୍ଜୁନ ଖୁବ୍ଶୀଘ୍ର ଫିଲ୍ମ ‘ଏକ ଭିଲେନ୍ ରିଟର୍ଣ୍ଣସ୍’ରେ ନଜର ଆସିବାକୁ ଯାଉଛନ୍ତି। ଏହାଛଡ଼ା ତାଙ୍କ ପାଖରେ ଫିଲ୍ମ ‘କୁତେ’ ଏବଂ ‘ଦ ଲେଡି କିଲର’ ରହିଛି। ଏଥି ପୂର୍ବରୁ ଅଭିନେତାଙ୍କର କେତେକ ଫିଲ୍ମ ବି ରିଲିଜ୍ ହୋଇଛି। କିନ୍ତୁ ଏ ସମସ୍ତ ଫିଲ୍ମ ବକ୍ସ ଅଫିସ୍ରେ ଶୋଚନୀୟ ଭାବେ ଫ୍ଲପ୍ ହୋଇଛି।