ବ୍ୟଞ୍ଜନ ଦ୍ୱାଦଶୀ, ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ୬୭୧ ପ୍ରକାର ବ୍ୟଞ୍ଜନ

ପୁରୀ : ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ୬୭୧ ପ୍ରକାର ବ୍ୟଞ୍ଜନ। ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ପୁରୀ ବଳିଆପଣ୍ଡାସ୍ଥିତ ମାତାମଠରେ ଲାଗି ହୋଇଛି ଭୋଗ। ମିଠା କାନିକା, ଖେଚୁଡ଼ି, ଘିଅ ଅନ୍ନ ପରି ୧୭ ପ୍ରକାର ଅନ୍ନ, ୧୮ପ୍ରକାର କ୍ଷୀରି, ୫୧ ପ୍ରକାର ତରକାରୀ ଆଦି ଭୋଗ ଲାଗି ହୋଇଛି। ମାତାମଠରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରି ବ୍ୟଞ୍ଜନ ସେବନ କରି ତୃପ୍ତିଲାଭ କରିଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ମାତାମଠରେ ଦିନ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ପରମ୍ପରାକୁ ଉଜ୍ଜୀବିତ ରଖି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଉଛି ।

Leave A Reply

Your email address will not be published.