କ୍ରିତିଙ୍କୁ ପାଖରେ ବସାଇ ନିଜ ହାତରେ କେକ୍‌ ଖୁଆଇଦେଲେ କାର୍ତ୍ତିକ, ଫଟୋ ଦେଖି ଫ୍ୟାନ୍ସ କରୁଛନ୍ତି ଲିଙ୍କଅପ୍‌ ଚର୍ଚ୍ଚା

ବଲିଉଡର ଜଣାଶୁଣା ଅଭିନେତ୍ରୀ କ୍ରିତି ସାନନ ନିଜର ଅଭିନୟ ବଳରେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିସାରିଲେଣି। ଅଭିନେତ୍ରୀ ଜଣକ ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନରେ ବଲିଉଡ ସେଲିବ୍ରିଟି ଠାରୁ ଆରମ୍ଭ କରି ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଲିଷ୍ଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ନାମ ମଧ୍ୟ ସାମିଲ ରହିଛି। କାର୍ତ୍ତିକ ଆର୍ଯ୍ୟନ ଏକ ସୁନ୍ଦର ପୋଷ୍ଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କାର୍ତ୍ତିକ ଫଟୋରେ ଅଭିନେତ୍ରୀଙ୍କୁ କେକ୍ ଖାଇବାକୁ ଦେଉଛନ୍ତି। ଏହା ଖୁବ୍ ଭାଇରଲ୍ ହେବାରେ ଲାଗିଛି ।

କାର୍ତ୍ତିକ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଆଉ କ୍ୟାପସନରେ ଲେଖିଛନ୍ତି, ଝିଅ ଡାଏଟ୍ ଭାଙ୍ଗି ନାହିଁ। କେବଳ ମୋ ପାଇଁ ପୋଜ୍ ଦେଇଛି। ଜନ୍ମଦିନର ଶୁଭେଚ୍ଛା ପରମ ସୁନ୍ଦରୀ, ଆପଣଙ୍କ ରାଜ କୁମାରଙ୍କଠାରୁ। ‘ ଏହି ଫଟୋରେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କ୍ରିତି ସାନନ୍ ଖୁବ୍ ଚମତ୍କାର ଦେଖାଯାଉଛନ୍ତି । କ୍ରିତି ଓଭର ସାଇଜ ସାର୍ଟ ସହିତ ଡେନିମ ପ୍ୟାଣ୍ଟ ପିନ୍ଧିଥିବା ବେଳେ କାର୍ତ୍ତିକ ଧଳା ସାର୍ଟ ଏବଂ ଡେନିମ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by KARTIK AARYAN (@kartikaaryan)

କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ପୋଷ୍ଟକୁ କିଛି ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ଲାଇକ୍ ମିଳିଛି । ଫଟୋକୁ ନେଇ କାର୍ତ୍ତିକ ଏବଂ କ୍ରିତିଙ୍କ ଲିଙ୍କ ଅଫ୍‌କୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି। ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, ‘ତୁମେ ଦୁଇଜଣ ପରସ୍ପର ପାଇଁ ହୋଇଛ।’ ଅନ୍ୟ ଜଣେ ଲେଖିଛନ୍ତି, ‘ତୁମେ ଦୁହେଁ ଦୟାକରି ବିବାହ କରିନିଅ।’ ତେବେ ଆଗକୁ କାର୍ତ୍ତିକ ଏବଂ କ୍ରିତି ଫିଲ୍ମ ‘ଶେହଜଦା’ରେ ଏକାଠି ନଜର ଆସିବେ। ଏହା ପୂର୍ବରୁ ଦୁହେଁ ଫିଲ୍ମ ‘ଲୁକ୍କା ଛୁପି’ରେ ଏକାଠି କାମ କରିଥିଲେ। ଏମାନଙ୍କ ଯୋଡିକୁ ଫ୍ୟାନ୍ସ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.