ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ବୈରୀ ପୋଲିସ ଦ୍ୱାରା ଚୋରା ବୋଲେରୋ ଜବତ ସହ ୫ଜଣ ଅଭିଯୁକ୍ତ ଗିରଫ। ସୂଚନା ମୁତାବକ ଗତ ୧୫ ତାରିଖ ରାତିରେ ଛତିଆ ବଜାରରୁ ଚୋରି ହୋଇଥିବା ଧଳା ରଙ୍ଗର ବୋଲେରୋକୁ ଗତକାଲି ବୈରୀ ପୁଲିସର ଏକ ସ୍ୱତନ୍ତ୍ର ଟିମ କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ବୈରୀ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଲିସ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା।ଘଟଣାସ୍ଥଳରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ମୁଖ୍ଯ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ କଟକ ସାଲେପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଜଣ ଯାଜପୁର ବରୀ ଅଂଚଳର ବୋଲି ପୋଲିସ ସୂଚନା ଦେଇଛି। ତେବେ ଦୀର୍ଘ ଦିନ ହେବ ଏକ ରାକେଟ ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ଏହାର ପାର୍ଟସକୁ ଖୋଲି ବିକ୍ରି କରିଥାନ୍ତି।
ଚୋରି ହୋଇଥିବା ବୋଲେରୋର ସମସ୍ତ ଯନ୍ତ୍ରାଂଶ ଖୋଲି ବିକ୍ରୀ କରିଦେଇଥିବା ବେଳେ ପୁଲିସ କେବଳ ବଡିଟିକୁ ଠାବ କରିପାରିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଗିରଫ ୫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରି ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି।