ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ପୁଣି ହଜାରେ ଟପିଲା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୦୨ ଓ ଲୋକାଲ କଣ୍ଟାକ୍ଟ କେସ୍ ୪୨୭ ରହିଛି । ୧୮ ବର୍ଷ ଭିତରେ ୧୭୫ ଜଣ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୨ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ୧୭୩, ସମ୍ବଲପୁରରୁ ୯୩, ମୟୂରଭଞ୍ଜରୁ ୭୦ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ କୋଭିଡ୍ ଆକ୍ଟିଭ୍ କେସ ୬ ହଜାର ୬୦୮ କୁ ହ୍ରାସ ପାଇଛି ।
ଦେଶରେ ସାମାନ୍ୟ କମୁଛି ଦୈନିକ ସଂକ୍ରମଣ। ଦିନକରେ ଚିହ୍ନଟ ହୋଇଛନ୍ତି ୧୯ ହଜାର ୬୭୩ କରୋନା ସଂକ୍ରମିତ । ମୋଟ ଆକ୍ଟିଭ୍ କେସ୍ ରହିଛି ୧ଲକ୍ଷ ୪୩ ହଜାର ୬୭୬ ।