ଯାଜପୁର (କେନ୍ୟୁଜ): ଯେତେବେଳେ ସନ୍ତାନମାନେ ଅବହେଳିତ ହୋଇ ରହୁଛନ୍ତି ସେମାନଙ୍କୁ ନେଇ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଛାଡିଦିଆଯାଉଛି। ତେବେ ସେହି ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ ୨ଜଣ ଭିନ୍ନକ୍ଷମ ଛାତ୍ରୀଙ୍କୁ କୋଳେଇ ନେଇଛନ୍ତି ଆମେରିକୀୟ ଦମ୍ପତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢ଼ାକେନ୍ଦୁଆ ଠାରେ ଥିବା ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ ଦୁଇ ଭିନ୍ନକ୍ଷମ ଛାତ୍ରୀଙ୍କୁ ଆମେରିକାର ଏରିକା ଓ ଫିଲିପ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଦୀର୍ଘ ୪ବର୍ଷ ହେବ ଏହି ଶିଶୁ ଦ୍ୱୟ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରହୁଥିଲେ। ଶିଶୁ ଦ୍ୱୟ ବିଦାୟ ନେବା ବେଳେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।
ଏଠାରେ ରହୁଥିବା ୫୩ଜଣ ଛାତ୍ରଛାତ୍ରୀ ଦୁଃଖରେ ମିୟମ୍ରଆଣ ହୋଇପଡିଥିଲେ। କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ଅନୁଯାୟୀ ଏହି ଦୁଇଜଣଙ୍କୁ ହସ୍ତାନ୍ତର କରାଯାଇଛି। ସେଣ୍ଟ୍ରାଲ ଆଡ଼ପସନ ରିସୋର୍ସ ଅଥରୀଟି ଜରିଆରେ ଯାଜପୁରରୋଡ଼ ସ୍ଥିତ ସ୍ପେଶାଲ ଆଡ଼ପସନ ଏଜେନ୍ସି ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ କେନ୍ଦ୍ରର ପରିଚାଳକ, ସେବୀକା, ଜିଲ୍ଲା ଶଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।