ସୌର ମଣ୍ଡଳକୁ ନେଇ ବୈଜ୍ଞାନିକ ଏବଂ ସ୍ପେସ ବିଶେଷଜ୍ଞଙ୍କ ସବୁବେଳେ କିଛି ନା କିଛି ନୂଆ ସନ୍ଧାନ କରିବାକୁ ଲାଗିପଡନ୍ତି। ଏହା ମଧ୍ୟରେ ସୌର ଛଡ ସବୁବେଳେ ବୈଜ୍ଞାନିକଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏବେ ସୂର୍ଯ୍ୟପୃଷ୍ଠର ଏକ ‘ଗର୍ତ୍ତ’ରୁ ବାହାରୁଥିବା ତୀବ୍ର ଗତିର ସୌର ପବନ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି । ଏହା ଆଜି ପୃଥିବୀରେ ଏକ ଛୋଟ ଜିଓ ମ୍ୟାଗ୍ନେଟିକ୍ ଝଡ଼ର ସମ୍ଭାବନାକୁ ବଢ଼ାଇଦେଇଛି । ଯାହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଧକ୍କା ହୋଇପାରେ। ସୌର ଝଡ ସୂର୍ଯ୍ୟ ସହିତ ଧକ୍କା ହେବାରୁ ବର୍ତ୍ତିଯିବା ପରେ ଏହା ପୃଥିବୀ ଆଡକୁ ଦ୍ରୁତଗତିରେ ମାଡି ଆସୁଛି। ଯଦି ସୌରଝଡ ପୃଥିବୀ ସହିତ ଧକ୍କା ହୁଏ, ତେବେ ସଂପୂର୍ଣ୍ଣ ଦୁନିଆ ବ୍ଲାକଆଉଟ୍ ହୋଇପାରେ।
ସୌର ଝଡ ପୃଥିବୀରେ ଧକ୍କା ହେବା ଫଳରେ କେବଳ ସଂପୂର୍ଣ୍ଣ ବିଶ୍ୱ ବ୍ଲାକଆଉଟ୍ ନୁହେଁ ବରଂ ଆଉ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଯଦି ଏପରି ହୁଏ, ତେବେ ସଂପୂର୍ଣ୍ଣ ଦୁନିଆର ରେଡିଓ ସିଗ୍ନାଲ ଉପରେ ପ୍ରଭାବ ପକାଇବ। ମୋବାଇଲ କାମ କରିନପାରେ। ଏହାର ପ୍ରଭାବ ଜିପିଏସ୍ ପ୍ରୟୋଗ କରିବା ଉପରେ ମଧ୍ୟ ପଡିପାରେ। ନେଟଓ୍ଵାର୍କ ଡାଉନ ହୋଇପାରେ। କିନ୍ତୁ ଏହା ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ଛୋଟ ଜିଓମ୍ୟାଗ୍ନେଟିକ୍ ଝଡ ଯୋଗୁଁ ବିଦ୍ୟୁତ୍ କଟିବାର ମଧ୍ୟ ସମ୍ଭାବନା ରହିଛି । ଏହା ଯୋଗୁଁ ମ୍ୟାଗ୍ନେଟିକ ରେଡିଏସନ ଏବଂ ଉତ୍ତାପ ବୃଦ୍ଧି ପାଏ। ଏହା ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୧୫ରୁ ୧୮ ଘଣ୍ଟା ସମୟ ଲାଗିବ।
ରିପୋର୍ଟ ଅନୁସାରେ, ଏନଓଏଏ (ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍) ଏନେଇ ପୂର୍ବାନୁମାନ କରିଛି । ଏହା ଦେଖିବା ପରେ ସୂର୍ଯ୍ୟଙ୍କ ବାୟୁମଣ୍ଡଳରେ ଦକ୍ଷିଣ ଗର୍ତ୍ତରୁ ଗ୍ୟାସୀୟ ପଦାର୍ଥ ପ୍ରବାହିତ ହେଉଛି । ରବିବାର ଦିନ ପୃଥିବୀର ପରିକ୍ରମା କରୁଥିବା ଉପଗ୍ରହ ସୂର୍ଯ୍ୟଙ୍କ ଉତ୍ତର-ପୂର୍ବ ଦିଗରେ ପ୍ରାୟ ୨୩୦୯ ୟୁଟିସିରେ ଏକ ବିସ୍ଫୋରଣ ଖୋଜିଛି, ଯାହା ସୌର ପ୍ରଜ୍ୱଳନ ସହ ମିଳିତ ହୋଇ ଜିଓମ୍ୟାଗ୍ନେଟିକ୍ ଝଡ଼ ସୃଷ୍ଟିର କାରଣ ହୋଇପାରେ ।