‘ଲାଲ ସିଂ ଚଢା’ ଫିଲ୍ମକୁ ନେଇ ଆମିରଙ୍କ ସମର୍ଥନରେ ବାହାରିଲେ ମିଲିନ୍ଦ ସୋମନ, କହିଲେ‘ ଟ୍ରୋଲ କରି କୌଣସି ଭଲ ଫିଲ୍ମକୁ ରୋକିପାରିବେ ନାହିଁ’

ବଲିଉଡ ଅଭିନେତା ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ସପକ୍ଷରେ ବାହାରିଛନ୍ତି ଅଭିନେତା ମିଲନ୍ଦ ସୋମନ । ଆମିରଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ରେ ରିଲିଜ ହେବାକୁ ରହିଛି। ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି ଏହି ଫିଲ୍ମ। ତେବେ ସୋସିଆଲ ମିଡିଆରେ ଫିଲ୍ମକୁ ବଏକଟ କରିବା ପାଇଁ ଅପିଲ ମଧ୍ୟ ହେଉଥିଲା। ଏବେ ଫିଲ୍ମକୁ ବଏକଟ୍‌ ଦାବି ଉଠିବା ପରେ ମିଲିନ୍ଦ ସୋମନ ଅଭିନେତା ଆମିର ଖାନଙ୍କ ସପକ୍ଷରେ ବାହାରିଛନ୍ତି।

ଏହାବ୍ୟତୀତ ସୋସିଆଲ ମିଡିଆରେ ଗତ କିଛିଦିନରୁ ‘ଲାଲ ସିଂ ଚଢା’କୁ ବଏକଟ୍‌ ଦାବି ଉଠିବା ପରେ ଆମିର ଖାନ ଚିନ୍ତାରେ ରହିଥିଲେ। କେବଳ ଏତିକି ନୁହେଁ ଆମିର ଲୋକଙ୍କୁ ଫିଲ୍ମ ବଏକଟ ନ କରିବାକୁ ଅପିଲ କରି ଦେଖିବା ପାଇଁ କହିଥିଲେ। ଯାହା ପରେ ଆମିରଙ୍କୁ ଇଣ୍ଡଷ୍ଟ୍ରୀରୁ ଲୋକଙ୍କ ସମର୍ଥନ ମିଳିବା ଆରମ୍ଭ ହୋଇଯାଇଛି।

ତେବେ ଏହି ସଂପୂର୍ଣ୍ଣ ବିବାଦକୁ ନେଇ ଅଭିନେତା ମିଲିନ୍ଦ ସୋମନ ଟ୍ଵିଟରରେ ଟ୍ଵିଟ୍‌ କରି କହିଛନ୍ତି, ଟ୍ରୋଲ କରିବା ଦ୍ୱାରା ଗୋଟେ ଭଲ ଫିଲ୍ମକୁ ରିଲିଜ ହେବାରେ କେହି ରୋକିପାରିବେ ନାହିଁ ’।

ସୂଚନାଯୋଗ୍ୟ, ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ କିଛି ୟୁଜର୍ସ ଆମିରଙ୍କ ପୁରୁଣା ମନ୍ତବ୍ୟ ଏବଂ ଅସହିଷ୍ଣୁ ବୟାନ ଦେଖାଇ ଫିଲ୍ମକୁ ବଏକଟ କରିବା ପାଇଁ ଦାବି କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ #BaycottLaalSinghChaddha ଟ୍ରେଣ୍ଡ କରିବାରେ ଲାଗିଛି।
ନିକଟରେ ଆମିର ଖାନଙ୍କ ଲାଲ ସିଂ ଚଢାକୁ ବୟକଟ ନେଇ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ ହେଉଥିଲା । ଏହା ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ କରୀନା କପୁର ଖାନ୍ । ଆମିର ଖାନଙ୍କ ପରେ କରୀନା କପୁର ନିଜର ପ୍ରତିକ୍ରିୟା ରଖିଛନ୍ତି । କରୀନା ଏକ ବାର୍ତ୍ତାଳାପରେ କହିଛନ୍ତି, ‘ଆଜି ସମସ୍ତଙ୍କର କହିବାର ଅଧିକାର ଅଛି । ଏଥିପାଇଁ ଅନେକ ପ୍ଲାଟଫର୍ମ ଅଛି, ସମସ୍ତଙ୍କର ନିଜର ମତ ରହିଛି । ତେଣୁ ଯଦି ଏହା ଘଟୁଛି ତେବେ ଆପଣଙ୍କୁ କିଛି ଜିନିଷକୁ ଅଣଦେଖା କରିବାକୁ ଶିଖିବାକୁ ପଡିବ । ନଚେତ୍ ତୁମ ଜୀବନ ବଞ୍ଚିବା କଷ୍ଟକର ହେବ । ସେଥିପାଇଁ ମୁଁ ଏପରି ଜିନିଷକୁ ଗମ୍ଭୀରତାର ସହିତ ଗ୍ରହଣ କରେ ନାହିଁ । ମୁଁ ଯାହା କହିବାକୁ ଚାହୁଁଛି ତାହା ପୋଷ୍ଟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.