ବଢ଼ିଲା ପ୍ୟାକେଟ୍ କ୍ଷୀର ମୂଲ୍ୟ। ଅମୁଲ ଓ ମଦର ଡାଏରୀରେ କ୍ଷୀର ଲିଟର ପ୍ରତି ୨ଟା ଲେଖାଏଁ ବଢ଼ିଛି। ବୁଧବାର ଠାରୁ ଏହି ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ଉଭୟ କମ୍ପାନୀ କିଣା ମୂଲ୍ୟ ଓ ଅନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀର ମୂଲ୍ୟ ବଢ଼ାଇଥିବା କହିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ ଦିଲ୍ଲୀ-ଏନ୍ସିଆରେ ହିଁ କେବଳ ଲାଗୁ ହେବ। ପୂର୍ବରୁ ଜୁଲାଇରେ ଅମୁଲ ପକ୍ଷରୁ କ୍ଷୀର ଦାମ୍ ବଢ଼ିଥିଲା। ସେହିପରି ମଦର ଡାଏରୀ ମାର୍ଚ୍ଚ ମାସରେ ଦିଲ୍ଲୀ-ଏନ୍ସିଆର ପାଇଁ କ୍ଷୀର ଦାମ୍ ବୃଦ୍ଧି କରିଥିଲା।
ଅମୁଲ ପକ୍ଷରୁ ଏକ ବୟାନରେ କୁହାଯାଇଛି, କ୍ଷୀରର ଅପରେସନ୍ ଓ ପ୍ରଡକ୍ସ୍ର ସମସ୍ତ ଦର ବଢ଼ିଛି। କମ୍ପାନୀ ମୁତାବକ, କେବଳ ପଶୁ ଚାରାର ଦାମ୍ ହିଁ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏଣୁ ବାଧ୍ୟ ହୋଇ ସେମାନେ କ୍ଷୀର ଦାମ୍ ବଢ଼ାଇଛନ୍ତି।
#Amul, Mother Dairy milk price hike: Price of 500ml Amul Gold will be Rs 31, Amul Taaza Rs 25 per and Amul Shakti Rs 28; Mother Dairy’s full-cream milk will cost Rs 61 per litre from Wednesday#pricehike #inflation https://t.co/yPEW7KMe1o pic.twitter.com/XwfNaabIYK
— News18.com (@news18dotcom) August 16, 2022
ଅମୁଲ ଓ ମଦର ଡାଏରୀର ସମସ୍ତ ପ୍ରକାରର ଦୁଗ୍ଧ ଉତ୍ପାଦର ଦର ବଢ଼ାଯାଇଛି। ଗୋଲ୍ଡ, ଟୋନ୍ଡ, ଡବଲ ଟୋନ୍ଡ, ଫୁଲ କ୍ରିମ୍ରୁ ଆରମ୍ଭ କରି ଗାଈ କ୍ଷୀରର ଦାମ୍ ବୃଦ୍ଧି ହୋଇଛି। ଦିଲ୍ଲୀ-ଏନ୍ସିଆରରେ ଅମୁଲ ଓ ମଦର ଡାଏରୀର କ୍ଷୀର ଗ୍ରାହକଙ୍କୁ ବୁଧବାର ଠାରୁ ଅଧିକ ୨ ଟଙ୍କା ହିସାବରେ ମିଳିବ।
ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀ-ଏନ୍ସିଆରରେ ଅମୁଲ ଗୋଲ୍ଡ ଲିଟରକୁ ୫୯ ଟଙ୍କାରେ, ଅମୁଲ ତାଜା ୪୯ ଟଙ୍କାରେ, ଅମୁଲ ଡାଇମଣ୍ଡ ୬୩ ଟଙ୍କାରେ ମିଳିବ। ସେହିପରି ମଦର ଡାଏରୀ ଟୋନ୍ଡ ଲିଟରକୁ ୫୧ ଟଙ୍କା, ମଦର ଡାଏରୀ ଡବଲ ଟୋନ୍ଡ ୪୫ ଟଙ୍କା, ଫୁଲ କ୍ରିମ୍ ୬୧ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।