ଘରେ କେହି ନଥିବା ବେଳେ ତାଲା ଭାଙ୍ଗିଲେ ଦୁର୍ବୃତ୍ତ: ଲୁଟି ନେଲେ ୩୦ ଭରି ସୁନା ଓ ୨ କିଲୋ ରୁପା ସହ ଟଙ୍କା

ରାୟଗଡା (କେନ୍ୟୁଜ): ରାୟଗଡ଼ା ସହର କସ୍ତୁରୀ ନଗର ଅଷ୍ଟମ ଲାଇନରେ ରହୁଥିବା ପିତବାସ ସାହୁଙ୍କ ଘରୁ ସୋମବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଘରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ୩୦ ଭରି ସୁନା, ୨ କେଜି ରୂପା ସହ ନଗଦ ୩୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗୟୀ ଲୁଟି ନେଇଛନ୍ତି। ରାୟଗଡ଼ା ଥାନାରେ ଅଭିଯୋଗ ପରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଛି।

କସ୍ତୁରୀ ନଗର ଅଷ୍ଟମ ଗଳିରେ ରହୁଥିବା ଜେକେ କାଗଜକଳର ଅବସରପ୍ରାପ୍ତ କର୍ମଚାରୀ ପୀତବାସ ସାହୁଙ୍କ ପତ୍ନୀ କାଞ୍ଚନ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ୧୧ ତାରିଖରେ ଚିକିତ୍ସା ପାଇଁ ଭୁବନେଶ୍ବର ଯାଇଥିଲେ। ଭୁବନେଶ୍ୱର ଅମରି ହସ୍ପିଟାଲରେ କାଞ୍ଚନଙ୍କ ଚିକିତ୍ସା ଚାଲିଛି। ଘରେ ତାଲା ପକାଇ ଦମ୍ପତି ଚିକିତ୍ସା ପାଇଁ ଯାଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ତାଡି ଘରେ ପଶି ୨ଟି ଆଲମାରୀ ଭାଙ୍ଗି ୩୦ ହଜାର ନଗଦ ଟଙ୍କା, ସୁନା କାନଫୁଲ, ଚେନ୍, ଚୁଡି ପୁରୁଣା ରୂପା ପଇସା ସହ ୨କେଜିରୁ ଉର୍ଦ୍ଧ୍ବ ରୂପା ଗହଣା ଚୋରି କରି ନେଇଛନ୍ତି।

ଖବର ପାଇ ପୁଲିସ, ଡଗସ୍କାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି। କିଛି ଦିନର ବ୍ୟବଧାନ ପରେ ସହରରେ ପୁଣି ଚୋରି ବଢ଼ୁଥିବାରୁ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.