କୂଳ ଲଙ୍ଘିଛି ଭାର୍ଗବୀ ନଦୀ: ଉତ୍ତରାଠାରେ କିଛି ଅଞ୍ଚଳରେ ପଶିଲା ପାଣି, ଜଳମଗ୍ନ ଶହ ଶହ ହେକ୍ଟର ଚାଷ ଜମି

ଭୁବନେଶ୍ୱର(କେନ୍ୟୁଜ୍):  କୂଳ ଲଙ୍ଘିଛି ଭାର୍ଗବୀ ନଦୀ। ନଦୀ କୂଳରେ ଥିବା ତଳିଆ ଅଞ୍ଚଳରେ ପଶିଛି ପାଣି। ପାଣି ମାଡିଯାଇ ଜଳମଗ୍ନ ହୋଇ ରହିଛି ଶହ ଶହ ହେକ୍ଟର ଚାଷ ଜମି। ଜଳସ୍ତର ବଢୁଥିବାରୁ ଉତ୍ତରାଠାରେ କିଛି ଅଞ୍ଚଳରେ ପାଣି ପଶିଛି। ବାଲି ବସ୍ତା ପକାଇ ବନ୍ଧ କରି ଜଗି ରହିଛନ୍ତି ଲୋକେ।

ଏପଟେ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଏବେ ମୋଟ୍‌ ୪୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ହୀରାକୁଦର ବନ୍ୟା ପାଣି । ଡ୍ୟାମର ଜଳସ୍ତର ବଢୁଥିବାରୁ ଅଧିକ ଗେଟ୍‌ ଖୋଲାଯାଇଛି। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୬.୫୬ ଫୁଟ୍‌ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ୍‌ ବନ୍ୟା ପାଣି । ପ୍ରତି ସେକେଣ୍ଡରେ ୪୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ୬ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ ବନ୍ୟା ପାଣି । ମୁଣ୍ଡଳୀ ବ୍ୟାରେଜ୍‌ ଦେଇ ପ୍ରବାହିତ ହେଉଛି ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ପାଣି।

ଅନ୍ଯପଟେ, ଅଗଷ୍ଟ ୧୯ ବେଳକୁ ଆଉ ଏକ ଲଘୁଚାପ। ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ। ୧୯ ଓ ୨୦ରେ ବଢିବ ବର୍ଷାର ପରିମାଣ।
୧୮ରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.