କୁଶଭଦ୍ରା ନଦୀର ଖଣ୍ଡିଆକୁଦ ନିକଟରେ ୨୦ ଫୁଟର ଘାଇ, ୬ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ!

ଗୋପ(କେନ୍ୟୁଜ୍):କୁଶଭଦ୍ରା ନଦୀରେ ଘାଇ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମହାନଦୀରେ ପ୍ରବଳ ବନ୍ୟା ଆଶିବା ଫଳରେ ମହାନଦୀର ଶାଖା ନଦୀରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି। ପୁରୀ ଜିଲ୍ଲା ଗୋପ ବ୍ଳକ କୁଶଭଦ୍ରା ନଦୀର ଖଣ୍ଡିଆକୁଦ ଗ୍ରାମର ଏକ କଲଭର୍ଟ ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା । ଫଳରେ ୫ଟି ପଞ୍ଚାୟତର ଶତାଧିକ ଗାଁ ଜଳମଗ୍ନ । ପ୍ରଭାବିତ ହୋଇଛନ୍ତି ହଜାର ହଜାର ଲୋକ । ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଛି।

ଅନ୍ଯପଟେ, ଅଗଷ୍ଟ ୧୯ ବେଳକୁ ପୂଣି ଆଉ ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ। ୧୯ ଓ ୨୦ରେ ବଢିବ ବର୍ଷାର ପରିମାଣ।
୧୮ରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.