୧୬ନଂ ଜାତୀୟ ରାଜପଥର ବଡ଼ଚଣା ନିକଟରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ

ଯାଜପୁର (କେନ୍ୟୁଜ): ଜାତୀୟ ରାଜପଥରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଠାରେ ଆଜି ଏକ ଅଣ୍ଡା ବୋଝେଇ ଟ୍ରକଟି ଓଲଟି ପଡିଛି। ହାଇଦ୍ରାବାଦରୁ ଅଣ୍ଡା ବୋଝେଇ ଟ୍ରକଟି କଲିକତା ଅଭିମୁଖେ ଯାଉଥିବା ବେଳେ ବଡ଼ଚଣା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ସଂସ୍ଥାକୁ ଖବର ଦିଆଯାଇଛି।

ଅଣ୍ଡା ପେଟି ଗୁଡିକୁ ପାଲ ଘୋଡାଯାଇଥିବା ବେଳେ ତନ୍ମଧ୍ୟରୁ କେତେ ପରିମାଣର ଅଣ୍ଡା ନଷ୍ଟ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଁଚି ଜାତୀୟ ରାଜପଥରୁ ଗାଡିକୁ ହଟାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

 

Leave A Reply

Your email address will not be published.