ୟୁପିଆଇ ପେମେଣ୍ଟ କରୁଥିବା ଲୋକଙ୍କୁ ଝଟକା।ଏଣିକି ପେମେଣ୍ଟ ଟ୍ରାନ୍ସଫର କଲେ ଦେବାକୁ ହେବ ଚାର୍ଜ। ଯଦି ଆପଣ ମଧ୍ୟ ସବୁବେଳେ ୟୁପିଆଇରେ ହିଁ ପେମେଣ୍ଟ କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କୁ ଏକଦମ୍ ଝଟକା ଦେଇଦେବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୟୁପିଆଇ ବେସଡ ଫଣ୍ଡ୍ ଟ୍ରାନ୍ସଫର ଉପରେ ଚାର୍ଜେସ ଲଗାଇପାରେ। ଯାହାପରେ ଆଗାମୀ ଦିନରେ ୟୁପିଆଇରେ ଫଣ୍ଡ ଟ୍ରାନ୍ସଫର କରିବା ମହଙ୍ଗା ହୋଇପାରେ।
ଆରବିଆଇ ପକ୍ଷରୁ ଏଥିପାଇଁ ‘ଡିସ୍କସନ୍ ପେପର ଅନ୍ ଚାର୍ଜେସ ଇନ୍ ପେମେଣ୍ଟ ସିଷ୍ଟମ’ ଜାରି କରାଯାଇଛି। ଫିସ୍ ଲଗାଇବାକୁ ନେଇ ଆରବିଆଇ ଲୋକଙ୍କ ଠାରୁ ପରାମର୍ଶ ମଧ୍ୟ ମାଗିଛି। କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ଏହି ପେପରରେ କୁହାଯାଇଛି ଯେ ଅପରେଟ୍ ରୂପରେ ରିଜର୍ଭ ବ୍ୟାଙ୍କକୁ ଆରଟିଜିଏସରେ ବଡ ନିବେଶ ଏବଂ ଅପରେଟିଙ୍ଗ୍ କଷ୍ଟର ପେମେଣ୍ଟ କରିବାକୁ ହେବ।
ରିଜର୍ଭ ବ୍ୟାଙ୍କ ଅନୁସାରେ ଏଥିରେ ସାର୍ବଜନିକ ଟଙ୍କା ଲାଗିଛି। ଏମିତିରେ ଏହାର କଷ୍ଟ୍ ବାହାରିବା ବହୁତ ଜରୁରୀ। ଆରବିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ରିୟଲ ଟାଇମ୍ ଗ୍ରସ୍ ସେଟଲମେଣ୍ଟ ଅର୍ଥାତ୍ ଆରଟିଜିଏସରେ ଲଗାଯାଇଥିବା ଶୁଳ୍କ ରୋଜଗାରର ସାଧନ ନୁହେଁ। କିନ୍ତୁ ୟୁପିଆଇରେ ହେଉଥିବା ଖର୍ଚ୍ଚକୁ ନିଆଯିବ ଯାହାଦ୍ୱାରା ଏହି ସୁବିଧା ଭବିଷ୍ୟତରେ ବିନା କୌଣସି ବାଧାରେ ଜାରୀ ରହିବ।
ୟୁପିଆଇ ପେମେଣ୍ଟ ଟ୍ରାନ୍ସଫର ପାଇଁ ରିୟଲ ଟାଇମ୍ ଟ୍ରାନ୍ସଫରର ସୁବିଧା ଦେଇଥାଏ। ଏହିଭଳିଭାବେ ରିୟଲ ଟାଇମ୍ ସେଟଲମେଣ୍ଟକୁ ବି ସୁନିଶ୍ଚିତ କରିଥାଏ। ଏହି ପୂରା ସିଷ୍ଟମକୁ ପ୍ରସ୍ତୁତ କରିବା ଏବଂ ଫଣ୍ଡ ଟ୍ରାନ୍ସଫରକୁ ବିନା କୌଣସି ରିସ୍କରେ ଚଲାଇବା ପାଇଁ ଇନଫ୍ରାଷ୍ଟ୍ରକଚର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହୋଇଥାଏ। ଏଥିରେ ଖର୍ଚ୍ଚ ବି ବହୁତ ଅଧିକ ଆସିଥାଏ।
ଆରବିଆଇ ଏହା ମଧ୍ୟ ପ୍ରଶ୍ନ କରିଛି ଯେ ଫ୍ରି ସର୍ଭିସ ସିଚୁଏସନରେ ମହଙ୍ଗା ଇନଫ୍ରାଷ୍ଟ୍ରକଚରକୁ ପ୍ରସ୍ତୁତ କରିବା ଏବଂ ତାକୁ ପ୍ରଭାବଶାଳୀ ବନାଇବାର ଭାରି ଖର୍ଚ୍ଚ କିଏ ଉଠାଇବ? ରିଜର୍ଭ ବ୍ୟାଙ୍କ୍ ଏହି ପ୍ରଶ୍ନକୁ ନେଇ ସ୍ପଷ୍ଟ ରହିଛି ଯେ ଆଗାମୀ ଦିନରେ ୟୁପିଆଇରେ ଫଣ୍ଡ ଟ୍ରାନ୍ସଫର କରିବା ମହଙ୍ଗା ହୋଇପାରେ।