ଜନ୍ମାଷ୍ଟମୀରେ ନୂଆ ଘରକୁ ପ୍ରବେଶ କଲେ ରଣବୀର ଓ ଦୀପିକା, ଦେଖନ୍ତୁ ଭାଇରାଲ ଫଟୋ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ପ୍ରଫେସନାଲ ଲାଇଫ ହେଉ ବା ପର୍ସନାଲ ଲାଇଫକୁ ନେଇ ହେଉ , ସବୁବେଳେ ଚର୍ଚ୍ଚାରେ ଏହି ଯୋଡି । କିନ୍ତୁ ବର୍ତ୍ତମାନ ଜନ୍ମାଷ୍ଟମୀ ଅବସରରେ ଉଭୟ ଷ୍ଟାର ଦମ୍ପତି ନିଜର ନୂଆ ଘରକୁ ପ୍ରବେଶ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ରଣବୀର ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ନୂଆ ଘରର ପୂଜା ଏବଂ ଗୃହ ପ୍ରବେଶ କରୁଥିବାର ଫଟୋ ସେୟାର କରିଥିଲେ।

ପ୍ରଥମ ଫଟୋରେ ଦେଖିବାକୁ ମିଳିଛି ଉଭୟ ରଣବୀର ଏବଂ ଦୀପିକା ଧଳା ପୋଷାକରେ ବସି ପୂଜା କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ପୂର୍ବପୁରୁଷଙ୍କ ଫୋଟ ମଧ୍ୟ ଉଭୟଙ୍କ ସାମ୍ନାରେ ରଖାଯାଏ ।ରଣଭୀର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନେକ ଫୋଟ ସେୟାର କରିଛନ୍ତି ଯାହା ପୂଜାପାଠର ବିଭିନ୍ନ ସମୟରୁ ଆସିଛି । ଫୋଟ ଗୁଡ଼ିକରେ ଦୁହେଁ ପରସ୍ପରର ହାତ ଧରିଛନ୍ତି | ସେଥିରେ ଗୋଟିଏ ଫଟୋରେ ଉଭୟ ନିଜ ହାତରେ ନୂଆ ଘରର କବାଟ ଖୋଲୁଥିବାର ନଜର ଆସିଛନ୍ତି।

deepika

ରଣବୀର ଏହି ଫୋଟ ଗୁଡ଼ିକ ସହିତ କୌଣସି କ୍ୟାପସନ୍ ଲେଖି ନାହାଁନ୍ତି। ଗତ ମାସରେ ଖବର ଆସିଥିଲା ​​ଯେ ରଣବୀର -ଦୀପିକା ମୁମ୍ବାଇରେ ୧୧୯ କୋଟି ମୂଲ୍ୟର ଏକ ନୂତନ ଘର କିଣିଛନ୍ତି। ତେବେ ଏହା କୁହାଯାଇପାରିବ ନାହିଁ ଯେ ଏହି ଦମ୍ପତି ଯେଉଁ ଘରେ ପ୍ରବେଶ କରୁଛନ୍ତି ତାହା ସେହି ଘର ବୋଲି ।

ଜୁଲାଇ ମାସରେ ହୋଇଥିବା ରିପୋର୍ଟ ଅନୁଯାୟୀ, ରଣଭୀର ଏବଂ ତାଙ୍କ ପିତାଙ୍କ କମ୍ପାନୀ ଏକ ନିର୍ମାଣାଧୀନ ଗୃହ ହାଉସିଂଗ ସୋସାଇଟିରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଥିଲେ ଯେଉଁଥିରେ ୧୬ ରୁ ୧୯ ମହଲା ରହିଛି।

ରଣବୀର ଦୀପିକାଙ୍କ ଏହି ଘରର କାର୍ପେଟ କ୍ଷେତ୍ର ୧୧,୨୬୬ ବର୍ଗଫୁଟ ବୋଲି କୁହାଯାଉଥିଲା, ଯେଉଁଥିରେ ଅଲଗା ୧୩୦୦ ବର୍ଗଫୁଟର ଟେରସ୍ ଅଛି । ମୁମ୍ବାଇର ବିଜେ ରୋଡ, ବ୍ୟାଣ୍ଡଷ୍ଟାଣ୍ଡ, ବାନ୍ଦ୍ରାଠାରେ ନିର୍ମିତ ଏହି ଘର ସେହି ଅଞ୍ଚଳରେ ବଡବଡ଼ ବଲିଉଡ ଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କ ଘର ଅଛି। ରଣବୀର-ଦୀପିକାଙ୍କୁ ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ସହିତ ୧୯ ଟି କାର ପାର୍କିଂ କରିବାକୁ ସୁବିଧା ମିଳିଛି । ରିପୋର୍ଟରେ କୁହାଯାଇଛି ଯେ ଏହି ଆପାର୍ଟମେଣ୍ଟ ପାଇଁ ଷ୍ଟାମ୍ପ ଡ୍ୟୁଟିରେ କେବଳ ୭.୧୩କୋଟି ଟଙ୍କା ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.