ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲା ୧୪ ଚକିଆ ହାଇଓ୍ଵା, ଡ୍ରାଇଭର ଜୀବନ୍ତ ଦଗ୍ଧ

ବଣାଇ(କେନ୍ୟୁଜ୍): ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲା ୧୪ ଚକିଆ ହାଇଓ୍ଵା । କୋଇଡା ଥାନା ରୀତରାଣୀ ଖଣି ସମ୍ପୁଖରେ ଲୁହାପଥର ଲୋଡ୍ କରିବାକୁ ଆସୁଥିବା ଏକ ୧୪ ଚକିଆ ହାଇଓ୍ଵା ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଛି । ସ୍ଥାନୀୟ ଖଣି କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛନ୍ତି ।