ଉତ୍ତରପ୍ରଦେଶ: ବାଙ୍କେ ବିହାରୀ ମନ୍ଦିରରେ ବଡ଼ ଦୁର୍ଘଟଣା, ମଙ୍ଗଳ ଆରତୀ ସମୟରେ ପ୍ରବଳ ଭିଡ଼ କାରଣରୁ ଚାଲିଗଲା ଦୁଇ ଜୀବନ

ନୂଆଦିଲ୍ଲୀ : ଜନ୍ମାଷ୍ଟମୀ ଉତ୍ସବକୁ ନେଇ ପୂରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଉତ୍ତରପ୍ରଦେଶର ମଥୂରାରୁ ଆସିଛି ଏକ ଦୁଖଃଦ ଖବର। ପ୍ରସିଦ୍ଧ ବାଙ୍କ ବିହାରୀ ମନ୍ଦିରରେ ବିଳମ୍ବିତ ରାତିରେ ଦର୍ଶନ ସମୟରେ ପ୍ରବଳ ଭିଡ଼ କାରଣରୁ ଦଳାଚକଟାରେ ୨ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଭକ୍ତ ଆହତ ହୋଇଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଭିଡ଼ ଏତେ ଥିଲା ଯେ ମଙ୍ଗଳା ଆରତୀ ସମୟରେ ୫୦ ରୁ ଅଧିକ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ। ଭିଡ଼ ବୃଦ୍ଧି ହେତୁ ଏହି ଦୁର୍ଘଟଣା ଘଟିଥିବା ଏସଏସପି ଅଭିଷେକ ଯାଦବ କହିଛନ୍ତି।

ମନ୍ଦିରର ସେବାୟତମାନେ ଦାବି କରିଛନ୍ତି ଯେ ଅଧିକାରୀମାନେ ଭିଆଇପି ଲୋକ ମାନଙ୍କ ପରିବାର ସଦସ୍ୟଙ୍କୁ ବିଶେଷ ସୁବିଧା ପ୍ରଦାନ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଅଧିକାରୀଙ୍କ ସମ୍ପର୍କୀୟମାନେ ଟେରସରେ ନିର୍ମିତ ବାଲକୋନିରୁ ଦର୍ଶନ କରୁଥିଲେ। ତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଉପର ମହଲା ଫାଟକ ବନ୍ଦ କରିଦେଇଥିଲେ। ଏଥିପାଇଁ ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡିଥିଲା।

ଲୋକଙ୍କ କହିବାନୁସାରେ, ଡିଏମ, ଏସଏସପି, ଏସପି, ଜିଲ୍ଲା ନ୍ୟାୟପାଳିକା ଅଧିକାରୀମାନଙ୍କ ପରିବାର ଲୋକେ ଦର୍ଶନରେ ବ୍ୟସ୍ତ ଥିଲେ। ମଙ୍ଗଳା ଆଳତୀ ରାତି ୨ ଟାରୁ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଥିଲା ପରେ ଲୋକ ମାନେ ଚେତାଶୂନ୍ୟ ହୋଇଥିଲେ । ଏହା ଦେଖି ପୋଲିସ-ପ୍ରଶାସନ ପ୍ରଥମେ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲା।

ମଥୁରାର ଏସଏସପି ଅନୁଯାୟୀ ଏହି ଦୁର୍ଘଟଣାରେ ନୋଏଡା ସେକ୍ଟର ୯୯ ର ବାସିନ୍ଦା ନିର୍ମଳା ଦେବୀ, ପତ୍ନୀ ଦେବ ପ୍ରକାଶ ଏବଂ ରୁକମାନି ବିହାର କଲୋନୀର ବାସିନ୍ଦା ତଥା ଜବଲପୁର ରାମ ପ୍ରସାଦ ବିଶ୍ୱକର୍ମାଙ୍କର ୬୫ ବର୍ଷ ମୃତ୍ୟୁ ଘଟିଛି। ମନ୍ଦିରରେ ଦୁର୍ଘଟଣା ଘଟିଥିବା ସମୟରେ ମ୍ୟୁନିସିପାଲିଟି କମିଶନରଙ୍କ ସମେତ ଏକ ଭାରୀ ପୋଲିସ ଫୋର୍ସ ଉପସ୍ଥିତରେ ଦୁର୍ଘଟଣାରେ ଶିକାର ହୋଇଥିବା ଭକ୍ତମାନଙ୍କୁ ମନ୍ଦିରରୁ ବାହାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଭକ୍ତମାନଙ୍କୁ ରାମ କୃଷ୍ଣ ମିଶନ, ବ୍ରଜ ହେଲଥ କେୟାର ଏବଂ ଶ୍ରୀ ଶୈୟା ଡାକ୍ତରଖାନାକୁ ପଠାଯାଇଛି।

ଅନ୍ୟ ପଟେ ଲୋକମାନେ ଅଭିଯୋଗ କରୁଛନ୍ତି ଯେ ଚଳିତ ବର୍ଷ ଜନମାଷ୍ଟମୀ ବ୍ୟବସ୍ଥା ଉପରେ ମନ୍ଦିର କମିଟି ସହିତ କୌଣସି ବୈଠକ କରାଯାଇ ନାହିଁ। ମଙ୍ଗଳା ଆରତୀ ଅବସରରେ ଜନସମାଗମ ତଥା ସେହି ଅନୁଯାୟୀ ସତର୍କତାମୂଳକ ବ୍ୟବସ୍ଥାକୁ ପ୍ରଶାସନ ହାଲୁକା ଭାବେ ଗ୍ରହଣ କରିଥିଲା। ତେଣୁ ଏପରି ଅସୁବିଧାରେ ସମୁଖୀନ ହେବାକୁ ପଡିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.