ବ୍ରେକଫାଷ୍ଟରେ ବନାନ୍ତୁ ଟେଷ୍ଟି ମଲାଇ ସାଣ୍ଡଓ୍ଵିଚ୍, ସ୍ୱାଦ ଏକଦମ୍ ପିଜ୍ଜା ଭଳି

ବ୍ରେକଫାଷ୍ଟ କିମ୍ବା ନାସ୍ତାରେ ଟିକେ ହେଲଦି ଖାଦ୍ୟକୁ ଲୋକେ ପସନ୍ଦ କରନ୍ତି। ଏମିତିରେ ଆମ ମନକୁ ବହୁତ ଡିସ୍ କଥା ଆସେ, କିନ୍ତୁ କିଛି ନୂଆ ଡିସ୍ ଖାଇବାକୁ ମନ ହୋଇଥାଏ। ଏଥିପାଇଁ ଆଜି ଆମେ ଆଣିଛୁ ଏମିତି ରେସିପି, ଯାହା ଆପଣଙ୍କୁ ଏକଦମ୍ ପିଜ୍ଜା ଭଳି ସ୍ୱାଦ ଦେବ। ଆମେ ଆପଣଙ୍କୁ କହୁଛୁ ମଲାଇ ସାଣ୍ଡଓ୍ଵିଚ୍ ବିଷୟରେ। ତାହେଲେ ଚାଲନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ବ୍ରେଡ, ବଟର, ସିମଲା ଲଙ୍କା, ଲୁଣ, ଗୋଲମରୀଚ, କଳା ଲୁଣ, କଞ୍ଚା ଲଙ୍କା, ଟମାଟୋ, ଅରିଗାନୋ, କର୍ଣ୍ଣ, ଟମାଟୋ ସସ୍, ପିଆଜ, ବଟର କିମ୍ବା ଘିଅ।
ପ୍ରସ୍ତୁତି ପ୍ରଣାଳୀ
ଅଧିକାଂଶ ଲୋକଙ୍କ ଘରେ ଘିଅ ବନାଇବା ପାଇଁ ମଲାଇକୁ ଏକାଠୀ କରନ୍ତି। ଯଦି ଆପଣଙ୍କ ଘରେ ମଲାଇ ନାହିଁ ତାହେଲେ କ୍ଷୀରରୁ ୩-୪ ଦିନ ପର୍ଯ୍ୟନ୍ତ ମଲାଇକୁ ଏକାଠି କରିଦିଅନ୍ତୁ। ମଲାଇକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏଥିରେ ଲୁଣ, ଗୋଲ ମରୀଚ, କଟା ଟମାଟୋ, କଟା ପିଆଜ, କଞ୍ଚା ଲଙ୍କା, କଟା ସିମଲା ଲଙ୍କା, ସିଝା ମକା ପକାନ୍ତୁ। ଏହି ସବୁକୁ ଭଲଭାବେ ଗୋଳାଇ ମିକ୍ସ କରିଦିଅନ୍ତୁ। ଏବେ ବ୍ରେଡ ସ୍ଲାଇସ ନିଅନ୍ତୁ। ଏହା ଉପରେ ଟମାଟୋ ସସ୍ ଲଗାଇ ଦିଅନ୍ତୁ। ତାପରେ ମିକ୍ସ କରି ରଖିଥିବା ମିଶ୍ରଣକୁ ତାଉପରେ ରଖିଦିଅନ୍ତୁ। ଏହା ଉପରେ ହାଲକା କଳା ଲୁଣ ଏବଂ ଅରିଗାନୋ ପକାଇ ଦିଅନ୍ତୁ। ଏବେ ଆଉ ଗୋଟେ ବ୍ରେଡ ସ୍ଲାଇସ୍ ନେଇ ଏହା ଉପରେ ରଖିଦିଅନ୍ତୁ। ଏବେ ଘିଅ କିମ୍ବା ବଟର ଲଗାି ଏହାକୁ ସେକି ଦିଅନ୍ତୁ। ଧ୍ୟାନ ରଖିବେ ସାଣ୍ଡଓ୍ଵିଚକୁ ଧୀମା ଆଞ୍ଚରେ ସେକିବେ। ଏବେ ଆପଣଙ୍କର ଟେଷ୍ଟି ମଲାଇ ସାଣ୍ଡଓ୍ଵିଚ୍ ପ୍ରସ୍ତୁତ ହୋଇଯାଇଛି।
ସିଙ୍ଗଲ ବ୍ରେଡ୍
ଆପଣ ଚାହିଁବେ ତ ସିଙ୍ଗଲ ମଲାଇର ବ୍ରେଡ ବି ବନାଇପାରିବେ। ଏଥିପାଇଁ ତାଓ୍ଵାରେ ବଟର ଲଗାନ୍ତୁ, ତାଉପରେ ବ୍ରେଡ ରଖନ୍ତୁ। ଏହାଉପରେ ମଲାଇର ପ୍ରସ୍ତୁତ ମିଶ୍ରଣକୁ ରଖନ୍ତୁ। ଧୀମା ଆଞ୍ଚରେ ଏହାକୁ ସେକି ଦିଅନ୍ତୁ। ଆପଣ ଏମିତି ଭାବରେ ବି ମଲାଇ ସାଣ୍ଡଓ୍ଵିଚର ମଜା ନେଇପାରିବେ।