ଶିରା ଦବିବା ସମସ୍ୟାରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ
ମଣିଷ ଜନ୍ମ ହୋଇଛି ମାନେ ବୟସ ବଢିବ ଏବଂ ମୃତ୍ୟୁ ନିଶ୍ଚିତ ହେବ। ଆଉ ଯଦି ଆମର ଜୀବନଶୈଳୀ ସଠିକ୍ ନ ହୁଏ, ତେବେ ଶରୀର ଅନେକ ପ୍ରକାର ରୋଗର ଘର ହୋଇଯାଏ। ଡାଇବେଟିଜ୍, ରକ୍ତଚାପ ସାଧାରଣ ରୋଗ ହୋଇଗଲାଣି। ସେପରି ଆଜିକାଲି ଶିରା ଦବିବା ମଧ୍ୟ ସାଧାରଣ ହୋଇଗଲାଣି। ବୟସ ବଢିବା ହେଉ ଅବା ରାତିରେ ବିଳମ୍ବରେ ଶୋଇବା କିମ୍ବା ଉଠିବା ହେଉ ପ୍ରତିଦିନର ଏପରି ଅନେକ କାରଣ ଯୋଗୁଁ ଏହା ହୋଇପାରେ। ଶରୀରର କୌଣସି ଶିରା ଦବିଥିଲେ ଗଣ୍ଠିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଅଧିକାଂଶ କାନ୍ଧ, ହାତ ଏବଂ ଗୋଡର ଜଏଣ୍ଟ କିମ୍ବା ଅଣ୍ଟାର ଶିରା ଦବିଥିଲେ ଏପରି ସମସ୍ୟା ଦେଖାଦିଏ। ଏହି ଯନ୍ତ୍ରଣା ଯୋଗୁଁ ମଣିଷକୁ ଦିନ ରାତି ସମସ୍ୟା ସାମ୍ନା କରିଥାଏ।
ଡାକ୍ତର ପରାମର୍ଶ ଛଡା ଆପଣ ଘରୋଇ ଉପାୟ ଆପଣାଇ ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ। ନର୍ଭସ ସିଷ୍ଟମକୁ ଭଲ କରୁଥିବା କିଛି ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇ ଆପଣ ସମସ୍ୟାରୁ ମୁକ୍ତି ପାଇପାରିବେ।
– ପାନରେ ଲଗାଯାଉଥିବା ଚୂନରେ ଦବିଥିବା ଶିରା ସମସ୍ୟା ଦୂର ହୋଇଥାଏ। ଦିନକୁ ଥରେ ଅଳ୍ପ ଟିକେ ଚୂନ ଖାଇବାକୁ ପଡିବ। ଏହାକୁ ଆପଣ ଦହି, ଲସି କିମ୍ବା କ୍ଷୀର ମିଶାଇ ଖାଇପାରିବେ। ଏମିତି କିଛିଦିନ କରିବା ପରେ ଆପଣ ଫରକ ଦେଖିପାରିବେ।
– ସୈନ୍ଧ ଲୁଣର ଅନେକ ଫାଇଦା ରହିଛି। ଆୟୁର୍ବେଦରେ ଏହାର ବ୍ୟବହାର କରାଯାଏ। ଦବିଥିବା ଶିରା ପାଇଁ ଆପଣ ପ୍ରତିଦିନ ଏହାକୁ ନେଇ ବ୍ୟବହାର କରିପାରିବେ। ଆପଣ ଏକ କପଡାରେ ବାନ୍ଧି ଏହି ଲୁଣକୁ ନେଇ ଗାଧୋଇବା ପାଣିରେ ପକାଇ ଦିଅନ୍ତୁ। ଏବେ ଏହି ପାଣିରେ ପ୍ରତିଦିନ ଗାଧାନ୍ତୁ। ଆପଣଙ୍କ ସମସ୍ୟା ଦୂର ହେବ।
– ଆୟୁର୍ବେଦରେ ମେଥି ଦାନାର ବେଶ୍ ଫାଇଦା ରହିଛି। ଯଦି ଆପଣ ପ୍ରତିଦିନ ମେଥି ଦାନା ପାଣି ପିଅନ୍ତି, ତେବେ ଡାଇବେଟିଜ ହେବାର ସମ୍ଭାବନା କମ୍ ଥାଏ। ଦବିଥିବା ଶିରାର ଚିକିତ୍ସା ପାଇଁ ମେଥି ଦାନା ପେଷ୍ଟ ବ୍ୟବହାର କରିପାରିବେ। ରାତିରେ ମେଥି ଦାନାକୁ ଭିଜାଇ ଦିଅନ୍ତୁ। ଏହାକୁ ପେଷ୍ଟ କରି ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ତା’ ଉପରେ ଏକ ପଟି ବାନ୍ଧିଦିଅନ୍ତୁ। ସପ୍ତାହକୁ ୩ରୁ ୪ଥର ଏପରି କରନ୍ତୁ।