ଭୁବନେଶ୍ବରରେ ପୁଣି ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ସେ ଥିଲେ ସଫ୍ଟୱେର ଇଞ୍ଜିନିୟର

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବରରେ ପୁଣି ଭଡ଼ା ଘରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଘଟଣା  ଘଟିଛି ଚନ୍ଦ୍ରଶେଖରପୁର ଥାନା  ଶୈଳଶ୍ରୀବିହାର  ଅଞ୍ଚଳରେ। ଯୁବତୀ ଜଣକ ସଫ୍ଟୱେର ଇଞ୍ଜିନିୟର ବୋଲି ସୂଚନା ମଳିଛି। ତାଙ୍କ ନାମ ଶ୍ଵେତା ଉତ୍କଳ କୁମାରୀ ଓ ଘର ଭଦ୍ରକ ଅଞ୍ଚଳରେ ।  ଏକ ଭଡା ଘରୁ ଶ୍ଵେତା ଉତ୍କଳ କୁମାରୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।

ମୃତ୍ୟୁର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ମୃତ ଦେହ କୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଛି  ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.