ଯାଜପୁର (କେନ୍ୟୁଜ): ଓଲଟିଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତିଲେ ରୋଗୀ ଓ ସମ୍ପର୍କୀୟ। ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ। ସୂଚନା ମୁତାବକ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିବା ବେଳେ ଆମ୍ବୁଲାନସଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପିଡ଼ିଥିଲା।
ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ ରୋଗୀ ଓ ଡ୍ରାଇଭର ସମେତ ୨ଜଣ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର କରି ଯାଜପୁର ଟାଉନକୁ ପଠାଇଥିଲେ । ତେବେ ଏହି ଦୁର୍ଘଟଣାରେ କିଛି କ୍ଷତି ହୋଇ ନଥିବା ଜଣାପଡିଛି । ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଁଚି ଆମ୍ବୁଲାନ୍ସଟିକୁ ପୋଖରୀରୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଚଳାଇଛି।