ସରକାରୀ କର୍ମଚାରୀ ମାଲାମାଲ! ମହଙ୍ଗା ଭତ୍ତାରେ ହେଲା ୫ ପ୍ରତିଶତ ବୃଦ୍ଧି; ଏହି ରାଜ୍ୟର ସରକାର କଲେ ଘୋଷଣା

ସରକାରୀ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ସରକାର ଡିଏ (ମହଙ୍ଗା ଭତ୍ତା) ବୃଦ୍ଧି ଉପରେ ମୋହର ମାରିଛନ୍ତି। ଏହା ଅଧୀନରେ ସରକାର ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। କହି ରଖୁଛୁ, ତ୍ରିପୁରାର ବିଜେପି ସରକାର ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମାଣିକ ସାହା ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି।

ସୂଚନାଥାଉ କି, ଏ ଭିତରେ ଅନେକ ରାଜ୍ୟ ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏବେ ତ୍ରିପୁରା ସରକାର ମହଙ୍ଗା ଭତ୍ତା ବୃଦ୍ଧି କରି ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଭେଟି ଦେଇଛନ୍ତି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧, ୨୦୨୨ରୁ ଲାଗୁ ହୋଇ ସାରିଛି। ରାଜ୍ୟ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧,୦୪,୬୮୩ କର୍ମଚାରୀଙ୍କ ବ୍ୟତୀତ ୮୦,୮୫୫ ପେନସନଭୋଗୀଙ୍କୁ ଲାଭ ମିଳିବ। ଅର୍ଥାତ୍ ଏହି ନିଷ୍ପତ୍ତି ଦ୍ୱାରା ତ୍ରିପୁରାର ମୋଟ ୧,୮୮,୪୯୪ ଲୋକ ଉପକୃତ ହେବେ।

ତେବେ ଏହା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୩୧ ପ୍ରତିଶତରୁ ବଢ଼ାଇ ୩୪ ପ୍ରତିଶତ କରିଛନ୍ତି। ଏହାଦ୍ୱାରା ୭.୫ ଲକ୍ଷ କର୍ମଚାରୀଙ୍କୁ ଫାଇଦା ପହଞ୍ଚିବ। ଏଥିସହ କେନ୍ଦ୍ରୀୟ କର୍ମଚାରୀମାନଙ୍କର ବି ମହଙ୍ଗା ଭତ୍ତା ୩୪ ପ୍ରତିଶତରୁ ବଢ଼ାଯାଇ ୩୮ କିମ୍ବା ୩୯ ପ୍ରତିଶତ କରାଯାଇ ପାରେ। ମୋଦି ସରକାର ଖୁବ୍‌ଶୀଘ୍ର ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷ୍ପତ୍ତି ନେଇ ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.