ଚଷମା ଲେନ୍ସକୁ ସଫା କରିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ, ଚମକିବ ଆପଣଙ୍କ ଗ୍ଲାସ

ଅନେକ ଲୋକ ଏବେ ଆଖି ସମସ୍ୟା ଦେଖା ଦେଲାଣି। ଏମିତିରେ ଡାକ୍ତରଙ୍କଠୁ ପରାମର୍ଶ ନେଇ ଅନେକ ଚଷମା ବ୍ୟବହାର କରନ୍ତି। ରିପୋର୍ଟ ମୁତାବିକ ୨୦୨୦ରେ ଭାରତରେ ପାଖାପାଖି ୭.୯ କୋଟି ଲୋକଙ୍କ ଆଖିରେ ଦୃଷ୍ଟି ଶକ୍ତି କ୍ଷମତା କମିଯାଇଛି। ତେଣୁ ସେମାନେ ଚଷମା ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ଏମିତିରେ ଚଷମା ଲେନ୍ସକୁ ସଫା ରଖିବା ଖୁବ ଜରୁରୀ ହୋଇଥାଏ। ଏହି ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ।

ଆଜି ଆମେ ଚଷମା ସଫା କରିବାର କିଛି ଖାସ୍‌ ଟିପ୍ସ ସମ୍ପର୍କରେ କହିବୁ। ଯଦି ଆପଣ ବି ନିଜ ଚଷମା କୁ ସଫା କରିବାକୁ ଚାହୁଁଛନ୍ତି। ତେବେ ଏହି ଟିପ୍ସକୁ ଫଲୋ କରନ୍ତୁ। ପ୍ରଥମେ ଅଧାକପ ପାଣିରେ ଡିଷ୍ଟିଲ୍ଡ ଓ୍ଵାଟର ନିଅନ୍ତୁ। ଏଥିରେ ଅଧା କପ ବିଚ୍‌ ହିଜେଲକୁ ମିକ୍ସ କରନ୍ତୁ। ଏହାକୁ ଏକ ସ୍ପ୍ରେ ବୋତଲ ରେ ରଖି ଚଷମା ରେ ସ୍ପ୍ରେ କରାନ୍ତୁ। ପରେ ମାଇକ୍ରୋ ଫାଇବର କପଡ଼ାରେ ଏହାକୁ ସଫା କରନ୍ତୁ। ଏମିତିରେ ଆପଣଙ୍କ ଚଷମା ସଫା ହୋଇଯିବ।

ଚଷମା କୁ କେବେ ହେଲେ ଥଣ୍ଡା ପାଣିରେ ଧୁଅନ୍ତୁ ନାହିଁ। ଉଷୁମ ପାଣିରେ କିଛି ବୁନ୍ଦା ଲିକ୍ୱିଡ ସୋପ ମିଶାଇ ଏହାକୁ ଲେନ୍ସରେ ପକାଇ ସଫା କରନ୍ତୁ ।

ଚଷମାକୁ ସଫା କରିବା ପାଇଁ ଆପଣ ସିରକାର ବ୍ୟବହାର ମଧ୍ୟ କରିପାରିବେ। ଏହାକ ୁ ସ୍ପ୍ରେ କଲେ ମଧ୍ୟ ଗ୍ଲାସ ସଫା ହୋଇଯିବ। ଆପଣ କଟନ କପଡ଼ାରେ ଏହାକୁ ସଫା କରିପାରିବେ।

ଏହା ବ୍ୟତୀତ ଆପଣ ଚାହିଁଲେ ଚଷମା କାଚକୁ ଲେନ୍ସ ସଫା କରାଯାଉଥିବା ତରଳ ପଦାର୍ଥରେ ମଧ୍ୟ ସଫା କରିପାରିବେ।

କାଚକୁ ସବୁବେଳେ ହାଲ୍‌କାଭାବେ ସଫା କରନ୍ତୁ। ଅଧିକ ରଗଡ଼ିକି ଘଷନ୍ତୁ ନାହିଁ।

ଚଷମାକୁ ସଫା କରିବାକୁ ଆପଣ ମଗେ ପାଣିରେ ୧୦ ମିନିଟ୍‌ ପାଇଁ ଏହାକୁ ବୁଡ଼ାଇ ରଖନ୍ତୁ। ପରେ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।

ଚଷମାକୁ ଆପଣ ଆଲକହଲ ସାହାଯ୍ୟରେ ମଧ୍ୟ ସଫା କରିପାରିବେ। ଏମିତିରେ ପାଣିରେ କିଛି ବୁନ୍ଦା ଆଲକହଲ କୁ ପକାନ୍ତୁ। ଏଥିରେ କିଛି ବୁନ୍ଦା ଡିସ ଓ୍ଵାଶ ଲିକ୍ୱିଡ ମଧ୍ୟ ପକାଇପାରିବେ। ଏହାକୁ ସ୍ପ୍ରେ ବୋତଲରେ ରଖି ଏହାକୁ ଚଷମା ରେ ପକାଇ ସଫା କରିପାରିବେ।

ଚଷମା ସଫା କରିବା ସମୟରେ କେବଳ ଲେନ୍ସ ନୁହେଁ ବରଂ ଚଷମାକୁ ମଧ୍ୟ ସଫା କରିପାରିବେ। ସାନିଟାଇଜ କରି ଏହାକୁ ତୁରନ୍ତ ପୋଛିଦିଅନ୍ତୁ। ଏହାକୁ ସଫା କରିବା ପାଇଁ ଯେକୌଣସି ଗ୍ଲାସ କ୍ଲିନରକୁ ବ୍ୟବହାର କରନ୍ତୁ ନାହିଁ।

Leave A Reply

Your email address will not be published.