ରାୟଗଡା(କେନ୍ୟୁଜ୍): ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ମିଳିଲା ୧କୋଟି ଟଙ୍କାରୁ ଅଧିକ ଦାନ ରାଶି। ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ସର୍ବକାଳୀନ ସର୍ବାଧିକ ଦାନ ରାଶି ମିଳିଛି। ୩ ମାସ ପରେ ଖୋଲାଯାଇଥିବା ହୁଣ୍ଡିରୁ ୧କୋଟି ୨୩ ହଜାର ୩୮୦ ଟଙ୍କା , ୧୦୪ ଗ୍ରାମ ସୁନା ଓ ଦୁଇକିଲୋ ୬୭୦ ଗ୍ରାମ ରୂପା ମିଳିଛି।
ହୁଣ୍ଡିରୁ ବାହାରିଥିବା ଉପହାର ଭିତରେ ସୁନା ଟଙ୍କା, ଅଳଙ୍କାର ସହ ବିଦେଶୀ ମୁଦ୍ରା ବି ରହିଛି। ଆମେରିକାର ଡଲାର, ମାଲେସିଆ ଓ ସାଉଦିର ନୋଟ ବାହାରିଛି। କଡା ସୁରକ୍ଷା ଭିତରେ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଟଙ୍କା ଗଣିବା କାମ ଜାରି ରହିଛି।