କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ-ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଭଣ୍ଡନ ନଦୀ। ନଦୀର ପ୍ରଖର ସୁଅରେ ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ। ମୃତକ ଯଶୀପୁର ଥାନା ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ଠାକୁରଗୋଡ଼ା ଗ୍ରାମର ନାନୀତା ମହାକୁଡ଼।
ସେ ଗତକାଲି ଛେଳି ଚରାଇ ଫେରୁଥିବା ସମୟରେ ହଠାତ ନଦୀରେ ପ୍ରବଳ ପାଣିବା ଯୋଗୁଁ ୧୩ଟି ଛେଳି ସହ ସେ ଭାସିଯାଇଥିଲେ। ଆଜି ପାଣି କମିବାରୁ ନଦୀର ଏକ ଖାଲ ଭିତରେ ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି ।