ଆଜି ହଂକଂ ଓ ପାକିସ୍ତାନ ଭିତରେ ଲଢ଼େଇ, ମ୍ୟାଚର ବିଜେତା ଶେଷ ଦଳ ଭାବରେ ସୁପର ଫୋରରେ ଏଣ୍ଟ୍ରି ମାରିବ

କେନ୍ୟୁଜ୍(ବ୍ୟୁରୋ): ଏସିଆ କପ୍‌ ସୁପର ଫୋର୍‌ରେ ପହଞ୍ଚିଲେଣି ୩ଟି ଟିମ୍‌ । ଗତକାଲି ବାଂଲାଦେଶକୁ ହରାଇ ସୁପର ଫୋରରେ ସ୍ଥାନ ପକ୍କା କରିଛି ଶ୍ରୀଲଙ୍କା । ଆଜି ହଂକଂ ଓ ପାକିସ୍ତାନ ଭିତରେ ଲଢ଼େଇ ହେବ । ଏହି ମ୍ୟାଚର ବିଜେତା ଶେଷ ଦଳ ଭାବରେ ସୁପର ଫୋରରେ ଏଣ୍ଟ୍ରି ମାରିବ । ଗତକାଲି ବାଂଲାଦେଶକୁ ୨ ଓ୍ଵିକେଟରେ ପରାସ୍ତ କରିଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୭ ଓ୍ଵିକେଟରେ ୧୮୩ ରନ୍‌ କରିଥିଲା ।

ଜବାବରେ କୁଶାଲ ମେଣ୍ଡିସଙ୍କ ଧୂଆଁଧାର ୬୦ ଓ ଅଧିନାୟକ ଦାସୁନ ଶାନକାଙ୍କ ୪୫ ରନ୍‌ ବଳରେ ବିଜୟ ହାସଲ କରି ସୁପର ଫୋରକୁ ଏଣ୍ଟ୍ରି ମାରିଛି ଶ୍ରୀଲଙ୍କା । ଗ୍ରୁପ ଏରୁ ଭାରତ ସୁପର ଫୋରକୁ ଯାଇଛି । ଆଜି ହଂକଂ ଓ ପାକିସ୍ତାନ ବିପକ୍ଷ ମୁକାବିଲାରେ ଏହି ଗ୍ରୁପରୁ ସୁପର ଫୋରକୁ ଯିବ । ସେହିପରି ଗ୍ରୁପ ବିରୁ ପ୍ରଥମ ଦଳ ଭାବେ ଆଫଗାନିସ୍ତାନ ଯାଇଥିଲା ସୁପର ଫୋର୍‌ । କାଲି ଶ୍ରୀଲଙ୍କା ସୁପର ଫୋର୍‌କୁ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.