ଥରିବ ଶତ୍ରୁ: ଭାରତୀୟ ନୌସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ INS ବିକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଥରିବ ଶତ୍ରୁ, ବଢିବ ବଳ । ସମୁଦ୍ରରେ ରାଜ୍‌ କରିବ INS ବିକ୍ରାନ୍ତ । ଭାରତୀୟ ନୌସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ । ଆଜି ନୌସେନାରେ ସାମିଲ ହେବ ଆଇଏନଏସ ବିକ୍ରାନ୍ତ । ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତୀୟ ନୌସେନାରେ ଏହାର ଜଳାବତରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି ସିପ୍‌ୟାର୍ଡରୁ ଆଜି ଏହାକୁ କମିସନ କରିବେ ।  ଏହାସହ ଭାରତୀୟ ସମୁଦ୍ର ସୀମାରେ ସୁରକ୍ଷାରେ ନିୟୋଜିତ ହେବ ଆଇଏନଏସ ବିକ୍ରାନ୍ତ । ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତୀୟ ନୌସେନାରେ ଏହାର ଜଳାବତରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି ସିପ୍‌ୟାର୍ଡରୁ ଏହାକୁ କମିସନ କରିବେ । ଏହାସହ ଭାରତୀୟ ସମୁଦ୍ର ସୀମାରେ ସୁରକ୍ଷାରେ ନିୟୋଜିତ ହେବ ବିକ୍ରାନ୍ତ । ତେବେ ଏହାକୁ ନିଜର ଲଢୁଆ ବିମାନ ମିଳିବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ବର୍ତ୍ତମାନ କେବଳ ଏହାର ଏୟାରକ୍ରାଫ୍‌ଟ କ୍ୟାରିଅର ଡେକ୍‌ ଉପରେ ରୁଷରେ ଡିଜାଇନ ହୋଇଥିବା କିଛି ମିଗ୍‌ ଓ ସୁଖୋଇ ଫାଇଟର ଜେଟ୍‌ ମୁତୟନ ହେବ ।

ସମୁଦ୍ରରେ ଅନେକ ସମୟରେ ଚୀନ୍‌ ତାର ଦବ୍‌ଦବା ଦେଖାଉଥିବା ବେଳେ ମୁହଁତୋଡ ଜବାବ ଦେବାକୁ ତୟାର ବିକ୍ରାନ୍ତ । ଭାରତ ମହାସାଗର ଏବଂ ଭାରତ-ପ୍ରଶାନ୍ତ ମହାସଗରୀୟ କ୍ଷେତ୍ରରେ ସୁରକ୍ଷା କବଚ ସାଜିବ ଏହି ଏୟାରକ୍ରାଫ୍ଟ କ୍ୟାରିଅର । ୨୦ ହଜାର କୋଟି ଟଙ୍କାରେ ନିର୍ମିତ ସର୍ବବୃହତ ୱାର୍‌ସିପ୍‌ ଏବେ ଭାରତ ପାଇଁ ସାମରିକ କ୍ଷେତ୍ରରେ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଛି । ୪୫ ହଜାର ଟନ୍‌ର ୱାର୍‌ସିପ୍‌ରେ ୩୦ଟି ଏୟାରକ୍ରାଫ୍ଟ ରହି ପାରିବ । ମିଗ୍‌-୨୯, ଆଡଭାନ୍‌ସଡ ଲାଇଟ୍‌ ହେଲିକପ୍ଟର, ଲାଇଟ୍‌ କମ୍ବାକ୍ଟ ଏୟାରକ୍ରାଫ୍ଟ ଆଦି ରହିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.