କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ଛାତ୍ରଙ୍କ ସଫଳତା: ଜେଇଇ ଆଡଭାନ୍‌ସରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଦିବ୍ୟାଂଶୁ ମଲୁ

କେନ୍ୟୁଜ୍(ବ୍ୟୁରୋ):କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ଛାତ୍ର ଦିବ୍ୟାଂଶୁ ମଲୁ ଜେଇଇ ଆଡଭାନ୍ସରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛନ୍ତି । ଆଜି ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଦିବ୍ୟାଂଶୁ ଏଥିରେ ସର୍ବଭାରତୀୟସ୍ତରରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ସେ ମଧ୍ୟ ଇଣ୍ଟରନ୍ୟାସନାଲ୍‌ ଫିଜିକ୍ସ ଅଲିମ୍ପିଆଡ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦିବ୍ୟାଂଶୁଙ୍କ ବ୍ୟତୀତ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କଲର କନିଷ୍କ ମୋଦି ଜେଇଇ ଆଡଭାନ୍ସରେ ସର୍ବଭାରତୀୟସ୍ତରରେ ୨୦୦ ର‍୍ୟାଙ୍କ ରଖିଥିବା ବେଳେ ଦୀପ୍ତାଂଶୁ ମଲୁ ୨୨୬ ରଖିଛନ୍ତି ।

ସ୍କୁଲର ବିଦ୍ୟାଧର ସାହୁ ସର୍ବଭାରତୀୟସ୍ତରରେ ହୋଇଥିବା ନିଟ୍‌ ପରୀକ୍ଷାରେ ୭୬୨ ରାଙ୍କରେ ଅଛନ୍ତି । ଏଥିରେ ଖୁସି ବ୍ୟକ୍ତ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଦିବ୍ୟାଂଶୁଙ୍କ ସମେତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଡକ୍ଟର ସାମନ୍ତ କହିଛନ୍ତି, କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପ୍ରତିଷ୍ଠା ହେବାଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ଏହାର ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ନୁହେଁ ଅନ୍ୟ ସମସ୍ତ କ୍ଷେତ୍ରରେ ଲଗାତାର ସଫଳତା ହାସଲ କରିଆସୁଛନ୍ତି ।

ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡକ୍ଟର ମୋନାଲିସା ବଳ ଓ ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ସୁଆରଙ୍କୁ ଡକ୍ଟର ସାମନ୍ତ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ଦିବ୍ୟାଂଶୁ ଓ ତାଙ୍କ ଅଭିଭାବକ ଏହି ସଫଳତା ପାଇଁ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.