ଜଳେଶ୍ବର(କେନ୍ୟୁଜ୍): ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ଓଲଟିଲା ବସ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ହଳଦିପଦା ବାଇପାସ ନିକଟରେ ଦୁର୍ଘଟଣା । ୭୨ଜଣ ଯାତ୍ରୀଙ୍କୁ ନେଇ ବାଲେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା ବସ୍ । ଦୁର୍ଘଟଣାରେ ୨ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି ।
ଲଗାଣ ବର୍ଷାରେ ରାସ୍ତା ଦବିବା ଯୋଗୁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।