ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ତଳେ ବସି ରକ୍ତ ନେଉଛି ରୋଗିଣା ଝିଅ ଆଉ ପାଖରେ ଠିଆ ହୋଇ ବ୍ଲଡ୍ ପ୍ୟାକେଟ୍ ଧରିଛନ୍ତି ମା’
ସ୍ୱାସ୍ଥ୍ୟ ବିଭାଗର ସବୁ ଗୁମର ଖୋଲିଯାଇଛି। ନିକଟରେ ମଧ୍ୟ ପ୍ରଦେଶର ସତନା ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏକ ଫଟୋ ସ୍ୱାସ୍ଥ୍ୟ ବିଭାଗର ସବୁ ପୋଲ୍ ଖୋଲି ଦେଇଛି। ଜିଲ୍ଲାର ଏକ ସରକାରୀ ହସ୍ପିଟାଲର କରୁଣ ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ଫଟୋରେ ଏକ ଝିଅ ତଳେ ବସିଛି ଓ ତାକୁ ରକ୍ତ ଦିଆଯାଉଛି। ଏହି ଫଟୋରେ ଦେଖାଯାଇଛି ଯେ ଛୁଆର ମା’ ହାତରେ ରକ୍ତର ବ୍ୟାଗ୍ ଧରି ଠିଆ ହୋଇଛନ୍ତି। ସତନା ଜିଲ୍ଲାର ମେହର ସିଭିଲ ହସ୍ପିଟାଲରୁ ସାମ୍ନାକୁ ଆସୁଛି ଏହି ଦୃଶ୍ୟ। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ ଅନୁରାଗ ବର୍ମା ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଫଟୋରେ ସ୍ପଷ୍ଟ ଦେଖାଯାଇଛି ଯେ ସରକାରୀ ହସ୍ପିଟାଲରେ ଏକ ଛୁଆ ତଳେ ବସିଛି। ତାକୁ ବ୍ଲଡ୍ ଦିଆଯାଉଥିବାରୁ ହାତରେ ଛୁଞ୍ଚି ଲାଗିଛି। ଆଉ ପାଖରେ ଠିଆ ହୋଇ ପିଲାଟିର ମା’ ହାତରେ ବ୍ଲଡ୍ ବ୍ୟାଗ୍ ଧରିଛନ୍ତି। କୁହାଯାଉଛି ଯେ ୧୫ ବର୍ଷର ଝିଅର ହିମୋଗ୍ଲୋବିନ୍ କମ୍ ଥିଲା। ଏଣୁ ଡାକ୍ତର ବ୍ଲଡ୍ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ହସ୍ପିଟାଲରେ ବେଡ୍ ଫାଙ୍କା ନଥିଲା। ଏଣୁ କର୍ମଚାରୀମାନେ ତାଙ୍କୁ ତଳେ ବସାଇ ରକ୍ତ ଦେଇଥିଲେ। ଏ ଅବସରରେ ପିଲାଟିର ମା’ ରକ୍ତ ପ୍ୟାକେଟ୍ ଧରି ଛିଡ଼ା ହୋଇଛନ୍ତି।
Health System Again Open Pole In MP, Blood Was Offered To The Girl While Sitting On The Ground In The Hospital https://t.co/oDAGuIII1P
— HuntdailyNews (@HUNTDAILYNEWS1) September 14, 2022
ରିପୋର୍ଟ ମୁତାବକ, ଅସୁସ୍ଥ ପିଲାଟିର ନାମ ସନ୍ତୋଷୀ କେବଟ ବୋଲି ଜଣାଯାଇଛି। ତାଙ୍କ ବୟସ ପାଖାପାଖି ୧୫ ବର୍ଷ ହେବ। ହସ୍ପିଟାଲର ଷ୍ଟାଫ୍ଙ୍କ କହିବାନୁସାରେ, ବେଡ୍ ଖାଲି ନଥିଲା। ଛୁଆର ପରିବାର ଲୋକ କୌଣସି ପ୍ରକାରେ ରକ୍ତ ବ୍ୟବସ୍ଥା କରି ଦେଇଥିଲେ। କିନ୍ତୁ ବେଡ୍ ନଥିବା ଯୋଗୁ ତାକୁ ତଳେ ବସାଇ ରକ୍ତ ଦିଆଯାଇଛି।
ଏହି ମାମଲାରେ ଜଣେ ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହସ୍ପିଟାଲର ମୁଖ୍ୟ ଡାକ୍ତର ପ୍ରଦୀପ ନିଗମଙ୍କର ଏକ ଦରମା ବୃଦ୍ଧି ଓ ନର୍ସ ଅଞ୍ଜୁ ସିଂହଙ୍କର ଦୁଇ ଦରମା ବୃଦ୍ଧିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Also Read: ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ