ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ୱ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ଼ ମାରିଲେ ବ୍ୟବସାୟୀ, ଥାନାରେ ଅଟକ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ ଅଭିଯୋଗ। ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ଯବସାୟୀ ନଟବର ବାଙ୍କା ମାଡ ମାରିଥିବା ଅଭିଯୋଗ । ଆଜି ନଟବର ତାଙ୍କର ସ୍ବାସ୍ଥ୍ଯ ଅବସ୍ଥା ପରୀକ୍ଷା ପାଇଁ ଯାଇଥିଲେ । ସେହି ସମୟରେ ସ୍ବାସ୍ଥ୍ଯ ପରୀକ୍ଷାରେ ବିଳମ୍ବ ହେବାରୁ ସେଠାରେ ଥିବା ରେଡିଓଗ୍ରାଫର ଡକ୍ଟର ଚିଦାନନ୍ଦ ମିଶ୍ରଙ୍କୁ ଚପଲ ଉଠାଇ ମାଡ ମାରିବା ସହ ଅନ୍ଯ ମହିଳା କର୍ମଚାରୀଙ୍କୁ ମଧ୍ଯ ଦୁର୍ବ୍ଯବହାର ପ୍ରଦର୍ଶ କରିଥିବା ସିସିଟିଭିରେ ରେକର୍ଡ ହୋଇଛି ସେପଟରେ ଏହି ଘଟଣାକୁ ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ନଟବର ବାଙ୍କାଙ୍କୁ ଅଟକ ରଖି ପଚରା ଉଚୁରା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.