ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ପ୍ରେମୀ ଯୁଗଳ
ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଘର ଭିତରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ। ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରେ ଆତ୍ମହତ୍ୟା କରିଛନ୍ତି ଏହି ପ୍ରେମୀ ଯୁଗଳ। ମୃତଦେହକୁ ଜବତ କରି ଏମ୍ସ ପଠାଇଛି ପୋଲିସ୍।
ସୂଚନା ମୁତାବକ, ଯୁବକଙ୍କ ଘର ନୟାଗଡ଼ରେ ହୋଇଥିବା ବେଳେ ମହିଳାଙ୍କ ଘର ଢେଙ୍କାନାଳରେ। ଉଭୟ ମୃତକ ପୂର୍ବରୁ ବିବାହିତ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଭରତପୁର ପୋଲିସର ତଦନ୍ତ ଜାରି ରଖିଛି। ଆତ୍ମହତ୍ୟା କରିଥିବା ଯୁବକଙ୍କ ନା ସୋମନାଥ। ତାଙ୍କର ପୂର୍ବର ସ୍ତ୍ରୀ ଓ ପୁଅ ଅଛି। ନିଜ ସ୍ତ୍ରୀ- ପୁଅ କୁ ଛାଡି ଆସି ଢେଙ୍କାନାଳ ରାଶୋଳର ଜଣେ ମହିଳାଙ୍କୁ ଭଲପାଇ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ।