‘ନିର୍ମାତା କଣ୍ଢେଇ ଭଳି ବ୍ୟବହାର କରିବାକୁ ଚାହୁଁଥିଲେ’, ବଲିଉଡର ରାଜ୍ ଖୋଲିଲେ ନବେ ଦଶକ ହିରୋଇନ ଆୟେଶା
ମୁମ୍ବାଇ: ୯୦ ଦଶକରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଆୟେଶା ଜଣେ। ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ କ୍ୟାରିୟର ମଧ୍ୟରେ ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ଏବେ କିନ୍ତୁ ଆୟେଶା ଦୀର୍ଘ ସମୟ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି। ୨୦୧୮ରେ ‘ଜିନିୟସ’ ଫିଲ୍ମରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଏହା ପରଠାରୁ ତାଙ୍କୁ କୌଣସି ଫିଲ୍ମରେ ବି ଦର୍ଶକେ ଦେଖିନାହାନ୍ତି।
ବର୍ତ୍ତମାନ ଆୟେଶା ୱେବ୍ ଶୋ ‘ହଶ୍ ହଶ୍’ ଜରିଆରେ ଓଟିଟିରେ ଡେବ୍ୟୁ କରୁଛନ୍ତି। ଏହି ଶୋ’ରେ ଆୟେଶାଙ୍କ ସହ ଜୁହି ଚାୱଲା, ସୋହା ଅଲ୍ଲୀ ଖାନସୁ, କୃତି କାମରା ଏବଂ କରିସ୍ମା ତନ୍ନା ପ୍ରମୁଖ ଅଭିନୟ କରିଛନ୍ତି। ଦୀର୍ଘ ସମୟ ପରେ ଆୟେଶାଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।
ଏକ ସାକ୍ଷାତକାରରେ ଆୟେଶା ନିଜର ପ୍ରତ୍ୟାବର୍ତ୍ତନ ଏବଂ ମହିଳା ଆକ୍ଟର୍ସଙ୍କ ଚରିତ୍ର ବିଷୟରେ କହିଥିଲେ। ଆୟେଶାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ଏତେ ବର୍ଷ ଧରି ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଅଛନ୍ତି, ତେଣୁ ପୂର୍ବ ତୁଳନାରେ ମହିଳା ଅଭିନେତ୍ରୀଙ୍କ ପରିବର୍ତ୍ତନ ବିଷୟରେ ସେ କ’ଣ ଅନୁଭବ କରୁଛନ୍ତି? ଏହାର ଜବାବରେ ଆୟେଶା କହିଛନ୍ତି, ‘ବର୍ତ୍ତମାନ ସମୟରେ ଅନେକ ବଡ଼ ପରିବର୍ତ୍ତନ ଆସିଛି। କିନ୍ତୁ ମୋତେ ଅଜବ ଲାଗିବ ଯଦି ମୋତେ ଏବେ ସେତେବେଳର କୌଣସି ହିରୋ କିମ୍ବା ସଲମାନ ଖାନ୍ଙ୍କ ଭାଉଜ କିମ୍ବା ମା’ ଭୂମିକାରେ ଅଭିନୟ କରିବାକୁ କୁହାଯାଏ ତେବେ ଭାରି ଅଜବ ଲାଗିବ। ମୁଁ ଏଭଳି ଭୂମିକାରେ କେବେ ବି ଅଭିନୟ କରିବି ନାହିଁ। କିନ୍ତୁ ହଁ ଯଦି ଚରିତ୍ରଟି ଅତି ଭଲ ଲାଗିବ, ତେବେ ମୁଁ କରିବି। ଏ ନେଇ ମୋତେ ପୁଣି ଚିନ୍ତା କରିବାକୁ ପଡ଼ିବ। କାରଣ ଏବେ ମୁଁ ଅଧିକ ଭଲ ଚରିତ୍ର କରିବାକୁ ଚାହୁଁଛି ବୋଲି ଆୟେଶା କହିଛନ୍ତି।
“I was not getting the kind of work that I wanted to do and I wanted better roles and better characters”: @AyeshaJhulka#TalkingFilms #BollywoodHungama pic.twitter.com/Rusg3akowT
— BollyHungama (@Bollyhungama) September 25, 2022
ଆୟେଶା କହିଛନ୍ତି, ତାଙ୍କୁ ଅନେକ ଟିଭି ଅଫର ମଧ୍ୟ ମିଳିଥିଲା କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ। ଟିଭିରେ କାମ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଟିଭିରେ ଘଣ୍ଟା ଘଣ୍ଟା ଧରି ସୁଟିଂ କରିବାକୁ ପଡ଼େ। ଏହା ସେ କରିପାରିବେନି। ତାଙ୍କ କହିବାନୁସାରେ, ତାଙ୍କୁ ଏବେ ଯାଏଁ ସେମିତି କିଛି ମନକୁ ଛୁଇଁଯିବା ଭଳି ଭୂମିକା ମିଳିନଥିଲା। ଏଣୁ ସେ ଇଣ୍ଡଷ୍ଟ୍ରୀ ଠାରୁ ଦୂରରେ ଥିଲେ। ବଡ଼ ବଡ଼ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ ତାଙ୍କୁ ଅଫର କରିଥିଲେ, କିନ୍ତୁ ତାଙ୍କୁ ତାହା ପସନ୍ଦ ଆସିନଥିଲା।
ଫ୍ୟାନ୍ମାନେ ମଧ୍ୟ ମୋତେ କାମ କରିବାକୁ ଉତ୍ସାହିତ କରୁଥିଲେ କିନ୍ତୁ ମୁଁ କରିପାରିନଥିଲି। ମୋତେ ଫିଲ୍ମ ଫେୟାର ପୁରସ୍କାର ଦରକାର ନାହିଁ କି ବୋଲି ପ୍ରଶ୍ନ କରୁଥିଲେ। କିନ୍ତୁ ମୁଁ କହିଥିଲି ନା’ ମୋର କୌଣସି ପୁରସ୍କାରର ଆବଶ୍ୟକତା ନାହିଁ। କେବଳ ଫ୍ୟାନ୍ସମାନଙ୍କର ଭଲ ପାଇବା ଦରକାର।
ନିର୍ମାତା ମୋତେ କଣ୍ଢେଇ ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ। ମୋର ଏତେ ବଡ଼ ନାଁ ନାହିଁ ସତ କିନ୍ତୁ ମୁଁ ଏମିତି ବି ଛୋଟ କଳାକାର ନୁହେଁ। ମୋତେ ପସନ୍ଦ ଆସୁଥିବା ଚରିତ୍ର ହିଁ ମୁଁ କରିବି ବୋଲି ଆୟେଶା କହିଛନ୍ତି।
Also Read: ଏହି ସପ୍ତାହରେ ୧୨ଟି ଯାକ ରାଶିର ଦିନ କେମିତି କଟିବ, ପଢ଼ନ୍ତୁ ସାପ୍ତାହିକ ରାଶିଫଳ