5G ଆସୁ ଆସୁ Jio ଦେଲା ଝଟ୍‌କା! ବନ୍ଦ କରିଦେଲା ୧୨ ରିଚାର୍ଜ ପ୍ଲାନ୍‌; ଏବେ ମିଳିପାରିବ ନାହିଁ ଏହି ଅଫର୍‌

୫ଜି ସର୍ଭିସ୍‌ ଆସୁ ଆସୁ ଜିଓ ବଡ଼ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀ ନିଜର ଅଫିସିଆଲ େଓ୍ଵବ୍‌ସାଇଟରୁ ଗୋଟିଏ କି ଦୁଇଟି ନୁହେଁ, ବରଂ ୧୨ ପ୍ଲାନ୍ସକୁ ରିମୁଭ୍‌ କରି ଦେଇଛି। ଏ ସମସ୍ତ ପ୍ଲାନ୍‌ Disney+ Hotstar ସବ୍ସକ୍ରିପ୍ସନ ସହିତ ଆସିଥାଏ। ଜିଓ ୧୫୧ ଟଙ୍କାରୁ ଆରମ୍ଭ କରି ୩,୧୧୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍‌ଗୁଡ଼ିକୁ ରିମୁଭ୍‌ କରିଛି। ଏଥିରେ ରେଗୁଲାର ରିଚାର୍ଜ ପ୍ଲାନ୍‌ଠୁ ନେଇ ଡାଟା ଆଡ୍‌ ଅନ୍ସ ପର୍ଯ୍ୟନ୍ତ ପ୍ଲାନ୍‌ ଅନ୍ତର୍ଭୁକ୍ତ ରହିଛି।

ଜିଓର କେତେକ ରିଚାର୍ଜ ପ୍ଲାନ୍ସ ସହିତ ଗ୍ରାହକମାନଙ୍କୁ ୧ ବର୍ଷ ପାଇଁ Disney+ Hotstar ମୋବାଇଲର ସବ୍ସକ୍ରିପ୍ସନ ମିଳିଥାଏ। କିଛି ପ୍ଲାନ୍‌ରେ ଏହି ସବ୍ସକ୍ରିପ୍ସନ ୩ ମାସ ପାଇଁ ରହିଥାଏ। ଯଦିଓ କମ୍ପାନୀ ୧୨ ପ୍ଲାନ୍ସକୁ ଡିସ୍‌କଣ୍ଟିନ୍ୟୁ କରି ଦେଇଛି, କିନ୍ତୁ ଏବେ ବି ଦୁଇଟି ପ୍ଲାନ୍‌ ସହିତ Disney+ Hotstar ସବ୍ସକ୍ରିପ୍ସନ ମିଳୁଛି।

ଦୁଇଟି ଯାକ ପ୍ଲାନ୍‌ ବହୁତ ମହଙ୍ଗା ରହିଛି। ଏଥିରେ ୟୁଜରମାନଙ୍କୁ Disney+ Hotstarର ପ୍ରିମିୟମ୍‌ ସବ୍ସକ୍ରିପ୍ସନ ମିଳିଥାଏ। ଆସନ୍ତୁ ଜାଣିବା, ଜିଓ କେଉଁ ପ୍ଲାନ୍‌ଗୁଡ଼ିକୁ ଡିସ୍‌କଣ୍ଟିନ୍ୟୁ କରିଛି ଏବଂ କେଉଁ ପ୍ଲାନ୍ସରେ ଆପଣଙ୍କୁ Disney+ Hotstarର ସବ୍ସକ୍ରିପ୍ସନ ମିଳୁଛି।

ଏହି ପ୍ଲାନ୍‌ଗୁଡ଼ିକୁ ବନ୍ଦ କରି ଦେଇଛି କମ୍ପାନୀ

-୧୫୧ ଟଙ୍କାର ଡାଟା ଆଡ୍‌ ଅନ୍‌ ପ୍ଲାନ

-୫୫୫ ଟଙ୍କାର ଡାଟା ଆଡ୍‌ ଅନ୍‌ ପ୍ଲାନ

-୬୫୯ ଟଙ୍କାର ଡାଟା ଆଡ୍‌ ଅନ୍‌ ପ୍ଲାନ

-୩୩୩ ଟଙ୍କାର Disney+ Hotstar ରିଚାର୍ଜ ପ୍ଲାନ

-୪୯୯ ଟଙ୍କାର ରିଚାର୍ଜ ପ୍ଲାନ

-୫୮୩ ଟଙ୍କାର ରିଚାର୍ଜ ପ୍ଲାନ

-୬୦୧ ଟଙ୍କାର ରିଚାର୍ଜ ପ୍ଲାନ

-୭୮୩ ଟଙ୍କାର ରିଚାର୍ଜ ପ୍ଲାନ

-୭୯୯ ଟଙ୍କାର ପ୍ଲାନ

-୧୦୬୬ ଟଙ୍କାର ପ୍ଲାନ

-୨୯୯୯ ଟଙ୍କାର ରିଚାର୍ଜ ପ୍ଲାନ

-୩୧୧୯ ଟଙ୍କାର ରିଚାର୍ଜ ପ୍ଲାନ

ଏ ସମସ୍ତ ପ୍ଲାନ୍ସ Disney+ Hotstarର ସବ୍ସକ୍ରିପ୍ସନ ସହିତ ଆସୁଛି। ଯଦିଓ ଏହି ପ୍ଲାନ୍‌ଗୁଡ଼ିକ ଏବେ କମ୍ପାନୀର େଓ୍ଵବ୍‌ସାଇଟରେ ନାହିଁ, କିନ୍ତୁ ସମ୍ଭବତଃ ଜିଓ ଏହି ପ୍ଲାନ୍‌ଗୁଡ଼ିକୁ ଅପଡେଟ୍‌ କରି ପୁଣିଥରେ େଓ୍ଵବ୍‌ସାଇଟରେ ତାଲିକାଭୁକ୍ତ କରିପାରେ। ସେପଟେ ଜଲ୍‌ଦି ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥର କିନ୍ତୁ ଓଟିଟି ରାଇଟ୍ସ Disney+ Hotstar ପାଖରେ ନାହିଁ। ତେଣୁ ଏମିତି ହୋଇପାରେ ଯେ କମ୍ପାନୀ ଏହି ପ୍ଲାନ୍‌ଗୁଡ଼ିକୁ ଅପଡେଟ୍‌ କରି ପୁଣିଥରେ ଲିଷ୍ଟ୍‍ କରିପାରେ।

ଏବେ ମଧ୍ୟ ମିଳୁଛି କିଛି ପ୍ଲାନ୍‌

ଜିଓ Disney+ Hotstar ସବ୍ସକ୍ରିପ୍ସନ ବାଲା ସମସ୍ତ ପ୍ଲାନକୁ ରିମୁଭ୍‌ କରିନାହିଁ, ବରଂ ଦୁଇଟି ପ୍ଲାନ୍‌ ଏମିତି ବି ରହିଛି, ଯାହା ସହିତ ଆପଣଙ୍କୁ Disney+ Hotstar ପ୍ରିମିୟମ ସବ୍ସକ୍ରିପ୍ସନ ମିଳୁଛି। ଏହି ଅଫର୍‌ ୧୪୯୯ ଟଙ୍କିଆ ପ୍ଲାନ୍‌ ଏବଂ ୪୧୯୯ ଟଙ୍କାର ରିଚାର୍ଜ ପ୍ଲାନ୍‌ ସହିତ ମିଳୁଛି। ପ୍ରଥମ ପ୍ଲାନ ୮୪ ଦିନର ବୈଧତା ସହିତ ଆସୁଥିବା ବେଳେ ଦ୍ୱିତୀୟ ପ୍ଲାନ ୧ ବର୍ଷର ବୈଧତା ସହିତ ଆସିଥାଏ। ଆପଣ ଚାହିଁଲେ, ବର୍ତ୍ତମାନ ଏହି ଦୁଇ ପ୍ଲାନ ନେଇ Disney+ Hotstarର ଲାଭ ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.