କଟକ ଖୁଣ୍ଟିଆ ଲେନ୍ରୁ ଶନି ମନ୍ଦିର ଛକ ଭିତରେ ସିରିଜ୍ ଲୁଟ୍: ବିଭିନ୍ନ ସାମଗ୍ରୀ ସହ ଅଟୋ ଚୋରି କରି ନେଇଛନ୍ତି ଲୁଟେରା
କଟକ(କେନ୍ୟୁଜ୍): କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ସିରିଜ୍ ଲୁଟ୍ । ଖୁଣ୍ଟିଆ ଲେନ୍ରୁ ଶନି ମନ୍ଦିର ଛକ ଭିତରେ ୩ଟି ଲୁଟ୍ ହୋଇଛି । ୨ଟି ଦୋକାନରୁ ବିଭିନ୍ନ ସାମଗ୍ରୀ ଲୁଟ୍ ହେବା ସହ ଏକ ପାସେଞ୍ଜର ଅଟୋ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଦୁଇ ଦିନ ପୂର୍ବରୁ ମଧ୍ୟ ନ୍ୟୁ LIC କଲୋନୀ ଛକରୁ ସିରିଜ ଲୁଟ ହୋଇଥିବା ସୂଚନା ମିଳିଥିଲା । ଏତଲାକୁ ଭିତ୍ତି କରି ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରୁଛି ବାଦାମବାଡ଼ି ଥାନା ପୋଲିସ । ଏହି ଲୁଟ୍ ପଛରେ ଏକ ଗ୍ୟାଙ୍ଗ ଥିବା ଅନୁମାନ କରୁଛି ପୋଲିସ ।