ଭାରତର ସବୁଠାରୁ ୩ଟି Amazing compact SUV, ଗାଡ଼ି କିଣିବା ପୂର୍ବରୁ ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ

ଯଦି ଆପଣ ନୂଆ ଗାଡ଼ି କିଣିବାକୁ ଇଚ୍ଛା କରୁଛନ୍ତି। ତେବେ ଆପଣଙ୍କ ପାଇଁ ରହିଛି ଭଲ ଖବର। କାରଣ ଆମେ ଆଜି ଆପଣଙ୍କୁ ଏମିତି SUV କାର ବିଷୟରେ କହିବାକୁ ଯାଉଛୁ ଯାହାର ଫିଚର୍ ଖୁବ୍ ଆକର୍ଷଣୀୟ ରହିଛି। ଭାରତରେ ବର୍ତ୍ତମାନ ଅନେକ ସେଗ୍‌ମେଣ୍ଟର ଗାଡ଼ି ଆସୁଛି, ଏଥିପାଇଁ ଛୋଟ ବଡ଼ ସବୁ କାର କମ୍ପାନୀ ଲାଗିଛନ୍ତି। କମ୍ପାନୀ ଗ୍ରାହକଙ୍କର ଆବଶ୍ୟକତାକୁ ଆଖିରେ ରଖି ନୂଆ ନୂଆ ଗାଡ଼ି ଲଞ୍ଚ କରୁଛନ୍ତି। ମାରୁତି ସୁଜୁକିଠାରୁ ଆରମ୍ଭକରି ରେନୋ ଭଳି କମ୍ପାନୀ ପାଖରେ ଅନେକ ନୂଆ ନୂଆ ମଡେଲର ଗାଡ଼ି ଦେଖିବାକୁ ମିଳିବ। ଯଦି ଆପଣ compact SUV ର ଗାଡ଼ି କିଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ୩ଟି Amazing compact SUV ବିଷୟରେ କହିବୁ।

Maruti Suzuki Brazza:

ମାରୁତି ସୁଜୁକି ବ୍ରିଜା ଏବେ ଏକ ନୂଆ ରୂପରେ ଆସୁଛି। ଜବରଦସ୍ତ ଲୁକ୍‌ ସହିତ ନୂଆ ଫିଚର୍‌ସ ସହିତ ଆସୁଛି। ଏହି ଗାଡ଼ିରେ 1.5L K ସିରିଜ୍‌ ପେଟ୍ରୋଲ ଇଞ୍ଜିନ ଆସୁଛି। ଯେଉଁଥିରେ 75.8kW ର Power ଏବଂ 136.8 Nm ର Torque ଦେଇଥାଏ। ଏହି ଇଞ୍ଜିନ 20.15kmpl ର ମାଇଲେଜ୍‌ ଦେଇଥାଏ। ଏହି ଗାଡ଼ିରେ ୬ ସ୍ପୀଡ୍‌ ଆଡ୍‌ଭାନ୍ସଡ ଅଟୋମେଟିକ ଗିଅରବକ୍ସ ଏବଂ ୫ ସ୍ପୀଡ୍‌ ମାନୁଆଲ ଗିଅର ବକ୍ସର ଅପ୍ସନ ଦେଇଥାଏ।
Maruti Suzuki Brazza ରେ ୩୬୦ ଡିଗ୍ରୀ କ୍ୟାମେରା,୬ ଏୟାର ବେଗ୍‌,ହେଡ୍‌-ଅପ୍‌ ଡିସ୍‌ପ୍ଲେ,ଓ୍ଵାୟାରଲେସ୍‌ ଫୋନ୍‌ ଚାର୍ଜର ଏବଂ¸ଷ୍ଟିଅରିଂ-ମାଉଣ୍ଟେଡ୍‌ ପେଡଲ ଶିପ୍ଟର୍ସ ପରି ଅନେକ ଫିଚର୍ସ ମିଳେ। ସୁରକ୍ଷା ପାଇଁ ୬ ଏୟାର ବେଗ୍‌ ମଧ୍ୟ ଅଛି । ଏଥିରେ ରିଅର ପାର୍କିଙ୍ଗ୍‌ କ୍ୟାମେରା,ଇଲେକ୍ଟ୍ରୋନିକ କାର୍ଯ୍ୟକ୍ରମ(ESP), ରୋଲ ଓଭର ମିଟିଗେସନ୍‌ ଏବଂ ହିଲ ହୋଲ୍ଡ ଆସିଷ୍ଟ,ଏମିତି ଅନେକ ସୁବିଧା ମିଳିଥାଏ ।
Renault Kiger:

ଫ୍ରାନ୍ସର ଏକ ପ୍ରମୁଖ ଗାଡ଼ି ନିର୍ମାଣକାରୀ ସଂସ୍ଥା ହେଉଛି Renault। ଏହାର compact SUV Kiger ଗାଡ଼ିର ସୁବିଧା ବି ବହୁତ ଅଛି ତେଣୁ ଆପଣ ଏହି ଗାଡ଼ି ମଧ୍ୟ କିଣି ପାରିବେ। ଏହି ଗଡ଼ିର ଡିଜାଇନ ପାଇଁ ସମସ୍ତଙ୍କ ଆଦୃତି ହୋଇ ପାରିଛି । ଏହା ଛଡ଼ା ଏଥିରେ ସ୍ପେସ୍‌ ବି ବହୁତ ଭଲ ମିଳିଥାଏ । ଏଥିରେ ଅନେକ ପ୍ରକାର ଆଡ୍‌ଭାନ୍ସଡ ଫିଚ୍‌ର୍ସ ଅଛି। ଏହା ଡବଲ ଇଞ୍ଜିନର ବିକଳ୍ପ ସହିତ ଆସୁଛି। ଏଥିରେ ୧.୦ ଲିଟରର ଏସପାଇଡ୍‌ ଇଞ୍ଜିନ ଦିଆ ଯାଇଛି। ଯେଉଁଥିରେ 72 PS ର ପାଓ୍ଵାର ଏବଂ 96 Nm ର ଟର୍କ ଜେନେରେଟ୍‌ କରିଥାଏ। ଅନ୍ୟ ଭେରିଏଣ୍ଟରେ 1.0 ଲିଟରର ଟର୍ବୋଚାର୍ଜ ପେଟ୍ରୋଲ ଇଞ୍ଜିଲ ମିଳିଥାଏ । ଯେଉଁଥିରେ 100 PS ର ପାଓ୍ଵାର ଏବଂ 160 Nm ଟର୍କ ଜେନେରେଟ୍‌ କରେ ସେପ୍ଟି ପାଇଁ SUV ଏଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ ଏବଂ ଏୟାର ବେକ୍ସ ସହିତ ଅନେକ ଫିଚର୍ସ ଥାଏ। ଏହାର ମୂଲ୍ୟ ୫.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ।

Hyundai Venue:

ଏହି ଗାଡ଼ି ଏବେ ନୂଆ ଅବତାରରେ ଆସିବା ସହିତ ସମସ୍ତଙ୍କର ପସନ୍ଦ ବି ଆସିଛି। ଏଥିରେ ସୁନ୍ଦର ଡିଜାଇନ ସହିତ ପ୍ରିମିୟମ କ୍ୱାଲିଟି ଏହି ଗାଡ଼ିକୁ ଆହୁରି ସୁନ୍ଦର କରୁଛି। ଏହି ଗାଡ଼ି ସହରାଞ୍ଚଳ ପାଇଁ ବହୁତ ଲାଭଦାୟକ ହେବ। ଏହାର ଡିଜାଇନ ସହରାଞ୍ଚଳକୁ ଅଖିରେ ରଖି ତିଆରି ହୋଇଛି। Hyundai Venue ରେ 60+ Bluelink ଫିଚର୍ସ ମିଳିଥାଏ। ଏହି Hyundai Venue ୩ ଇଞ୍ଜିନ ବିଶିଷ୍ଟ କରାଯାଇଛି। ଯେଉଁଥିରେ 1.0 ଲିଟର ଟର୍ବୋ ପେଟ୍ରୋଲ, 1.2-ଲିଟର ପେଟ୍ରୋଲ 1.5-ଲିଟର ଡିଜଲ ଇଞ୍ଜିନ ଦିଆଯାଇଛି। ଏହାର 1.0-ଲିଟର ଟର୍ବୋ GDi ପେଟ୍ରୋଲ ଇଞ୍ଜିନ 118 ହି ବିଏଚ୍‌ପିର ପାଓ୍ଵାର ଏବଂ 172Nm ର ଟର୍କ ଦେଇଥାଏ। ଯାହା 1.2-ଲିଟର Mi ପେଟ୍ରୋଲ ଇଞ୍ଜିନ 82bhp ହି ର ପାଓ୍ଵାର ଏବଂ 114 Nm ର ଟର୍କ ଜେନେରେଟ୍‌ କରିଥାଏ।
1.5-ଲିଟର CRDi ଇଞ୍ଜିନ 99 bhpର ପାଓ୍ଵାରଏବଂ 240 ନ୍ୟୁଟନ ମିଟରର ଟର୍କ ଜେନେରେଟ୍‌ କରେ । ଏହି ଗାଡ଼ିରେ ୩୦ରୁ ଅଧିକ ସେଫ୍ଟି ଫିଚର୍ସ ରହିଛି ଏଥିରେ ଏଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ ସହିତ EBD, ଇଲେକ୍ଟ୍ରୋନିକ୍ସ ଷ୍ଟାବିଲିଟି କଣ୍ଟ୍ରୋଲ ଭେହିକଲ୍‌ ଷ୍ଟାବିଲିଟି ମେନେଜମେଣ୍ଟ, , 6 Airbags, ISOFIX, ଅଟୋମେଟିକ୍‌ ହେଡ୍‌ ଲେମ୍ପ୍ସ ଏବଂ ହିଲ ଆସିଷ୍ଟ କଣ୍ଟ୍ରୋଲ ପରି ବଢ଼ିଆ ଫିଚର୍ସ ମଧ୍ୟ ମିଥାଏ । ଏହାର ଏକ୍ସ-ଶୋ ରୁମ ପ୍ରାଇସ୍‌ ୭.୫୩ ଲକ୍ଷ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.