ନୂଆବର୍ଷରେ ଘରଘର ବୁଲି ହଜିଥିବା ସୁନା ଉପହାର ଦେଲେ ବେଙ୍ଗାଲୁରୁ ପୋଲିସ୍

ବେଙ୍ଗାଲୁରୁ(କେନ୍ୟୁଜ୍) : ସାଧାରଣତଃ ଚୋରି ଅଥବା କୌଣସି ଜିନିଷ ହଜିଲେ ଆମେ ତାହା ବିଷୟରେ ଥାନାରେ ଏତଲା ଦେଇଥାଉ। କିନ୍ତୁ ତାହା ମିଳିବା ପ୍ରାୟତଃ ନା ସହ ସମାନ ରହିଥାଏ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଜାଣିଲେ ଆପଣ ଆଶ୍ଚର‌୍ୟ୍ୟ ହେବା ସହ ଖୁସି ମଧ୍ୟ ହୋଇଯିବେ।

ଆଜ୍ଞା ହଁ, ନିକଟରେ ବାଙ୍ଗାଲୁରୁର ଏକ ସ୍ଥାନରେ ପୋଲିସ ହଜିଥିବା ଜିନିଷକୁ ଖୋଜିପାଇବା ସହ ତାହାକୁ ଉପହାର ସୂରୁପ ପ୍ରଦାନ କରିଥାନ୍ତି। ନୁତନ ବର୍ଷ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ବହୁତ ଧୁମଧାମରେ ମନାଯାଉଥିବା ବେଳେ ପୋଲିସ ୫୧ ଜଣଙ୍କର ହଜିଥିବା ସୁନା ଅଳଙ୍କାର ସେମାନେ ଘରେଯାଇ ଉପହାର ସ୍ବରୁପ ପ୍ରଦାନ କରିଛି।

banglore story

ତେବେ ୨୦୧୮ରେ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରୁ ପ୍ରାୟ ୫୧ ଜଣ ବ୍ୟକ୍ତିଙ୍କର ସୁନାଅଳଙ୍କାର ଚୋରି ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । କିନ୍ତୁ ତାହା ମିଳିବାର ଆଶା ଛାଡ଼ିଦେଇଥିଲେ ଏତଲା ଦେଇଥିବା ବ୍ୟକ୍ତି। କିନ୍ତୁ ଠିକ୍ ନୁଆ ବର୍ଷ ଦିନ ସେମାନେ ତାଙ୍କର ହଜିଲା ସାମଗ୍ରୀ ଫେରି ପାଇଥିଲେ। ବାଙ୍ଗାଲୁରୁ ପୋଲିସ ହଜିଥିବା ସୁନାଙ୍କ ସମସ୍ତ ବ୍ୟକ୍ତିଙ୍କ ଉପହାର ସ୍ବରୁପ ନୂତନବର୍ଷରେ ପ୍ରଦାନ କରିଛନ୍ତି।

ଏନେଇ ପୋଲିସ କମିସନର ଟି ସୁନିଲ କହିଛନ୍ତି ୨୦୧୮ ମସିହାରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଅଳଙ୍କାର ପାଇବା ପରେ ଏହାକୁ ଉପହାର ସ୍ବରୁପ ନୂତନ ବର୍ଷ ଦେଇଛନ୍ତି। ଯାହାକି ସଂପୁର୍ଣ୍ଣ ନିଆରା ଉପାୟ ବୋଲି କୁହାଯାଇଛି।

Leave A Reply

Your email address will not be published.